Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
2025 ରେ ହେବ ପୁରୁଣାବସ୍ତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ //1979 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

2025 ରେ ହେବ ପୁରୁଣାବସ୍ତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ //1979 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

0

ଝାରସୁଗୁଡା, 16/11(ସଂସ୍କୃତି ମିଡ଼ିଆ )-ଗତ 14/11/2024 ଗୁରୁବାର ଝାରସୁଗୁଡା ପୁରୁଣାବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ 1979 ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ପାଳିତ ହୋଇ ଯାଇଛି l 2025 ରେ ହେବ ପୁରୁଣାବସ୍ତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ 1979 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ରେ ନେଲେ ନିଷ୍ପତ୍ତି l

ଏହି ବନ୍ଧୁମିଳନ ଉତ୍ସବରେ ଅବସର ପ୍ରାପ୍ତ ପୂର୍ବତନ ଶିକ୍ଷକ ଶିବଦତ୍ତ ପଣ୍ଡା, ଭାରତ ସରାପ, ତୋରେଶ୍ୱର ପାଣ୍ଡେ, ବିଶ୍ୱକେସନ ମିଶ୍ର, ଦେବେନ୍ଦ୍ର କର, ସଦାନନ୍ଦ ଦାସ, କାର୍ତ୍ତିକ ଡିଲ୍ଲା, ପ୍ରମୁଖ ଉପସ୍ଥିତ ଥିଲେ l ବିଦ୍ୟାର୍ଥୀ ସରୋଜ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ନରେନ୍ଦ୍ର ପଣ୍ଡା, କମଲ ପଟେଲ, ପୁରୁଷୋତ୍ତମ ପଟେଲ, ସୁଧୀର କିଷାନ, ସୁରେଶ ନାଏକ, ମାନବ ଚନ୍ଦ୍ର ଘୋଷ, ହରାଚାନ୍ଦ ମହାପାତ୍ର,ବସନ୍ତ ପାଣ୍ଡେ,ମୁକୁଲ ପାଣ୍ଡେ, ସୁରେଖା ହୋତା, ମନ୍ଦାକିନୀ ମିଶ୍ର, ଡ଼. ଜ୍ୟୋତି କର ପ୍ରମୁଖ ଉପସ୍ଥିତ ଥିଲେ l ବନ୍ଧୁମିଳନ ଉତ୍ସବର ସଭାକାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ତ୍ରିପାଠୀ ପରିଚାଳନା କରିଥିଲେ l

ଶିକ୍ଷକ ଶିବଦତ୍ତ ପଣ୍ଡା ଓ ଶିକ୍ଷକ ଭାରତ ସରାପ ପୂର୍ବ ସ୍ମୃତିକୁ ମନେ ପକାଇ ବିଦ୍ୟାର୍ଥୀ ମାନଙ୍କ ଉଦ୍ୟେଶରେ ଅଭିଭାଷଣ ପରିବେଷଣ କଲେ l ବିଦ୍ୟାର୍ଥୀ ମାନଙ୍କ ଅନୁରୋଧ ରକ୍ଷାକରି ଶିକ୍ଷକ ଭାରତ ସରାପ ବିଦ୍ୟାର୍ଥୀ ମାନଙ୍କୁ ଶୁଭାଶିର୍ବାଦ ପୂର୍ବସ୍ମୃତିକୁ ମନେ ପକେଇ ବାଉଁଶ ବାଡ଼ିରେ ଦଣ୍ଡ ଦେଇଥିଲେ l ଛାତ୍ର ସରୋଜ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ନରେନ୍ଦ୍ର ପଣ୍ଡା, ସ୍କୂଲ ସମୟର ଅନୁଭତି ବିଷୟରେ କହିଥିଲେ l ଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ବନ୍ଧୁମିଳନ ଉତ୍ସବର ଭୋଜି ସ୍ଥାନୀୟ ଝଡ଼େଶ୍ୱର ମନ୍ଦିର ଠାରେ ଆୟୋଜିତ ହୋଇଥିଲା l ଆସନ୍ତା 2025ରେ ହେବାକୁ ଥିବା ପୁରୁଣାବସ୍ତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ସରୋଜ କୁମାର ମହାପାତ୍ର ଆବେଦନ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!