ପୁରୁଣାବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡା 1976 ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଝାରସୁଗୁଡା, 15/11(ସଂସ୍କୃତି ମିଡ଼ିଆ )-1976ରେ ପ୍ରତିଷ୍ଠିତ ଝାରସୁଗୁଡା ପୁରୁଣାବସ୍ତି ମୁନିସିପାଲ ଉଚ୍ଚ ବିଦ୍ୟାଳୟ (ପୁରୁଣାବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡା )ର ମାଟ୍ରିକ ପ୍ରଥମ ବ୍ୟାଚ ର ବନ୍ଧୁମିଳନ ଗତ 14/11/2024 ରେ ଅନୁଷ୍ଠିତ ହୋଇଯାଇଛି l
ଏହି ବନ୍ଧୁମିଳନରେ ପୂର୍ବତନ ଛାତ୍ର ସରୋଜ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, କମଳ ପଟେଲ, ମାନବ ଘୋଷ, ପୁରୁଷୋତ୍ତମ ପଟେଇ, ସୁଧୀର କିଷାନ, ତପନ ମିଶ୍ର, ଆହୁରି ଅନେକ ଓ ଛାତ୍ରୀ ମଧ୍ୟରେ ମୁକୁଳ ପାଣ୍ଡେ, ସୁରେଖା ହୋତା, ଡ଼. ଜ୍ୟୋତି କର, ମନ୍ଦାକିନୀ ମିଶ୍ର ଆହୁରି ଅନେକ ଯୋଗଦାନ କରିଥିଲେ l ଶିକ୍ଷକ ଶିବଦତ୍ତ ପଣ୍ଡା, ଭାରତ ସରାପ, ତୋରେଶ୍ୱର ପାଣ୍ଡେ, ଦେବେନ୍ଦ୍ର କର, ସଦାନନ୍ଦ ଦାସ, ପ୍ରମୁଖ ଯୋଗଦାନ କରିଥିଲେ l ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ l ଅବସର ପ୍ରାପ୍ତ ପୂର୍ବତନ ଶିକ୍ଷକ ଶ୍ରୀମାନ ଶିବଦତ୍ତ ପଣ୍ଡା ଓ ଶ୍ରୀମାନ ଭାରତ ସରାପ ଶିକ୍ଷାଦାନ ସମୟର ପୂର୍ବ ସ୍ମୃତିକୁ ମନେ ପକେଇ ତାଙ୍କର ଅଭିଭାଷଣ ବକ୍ତବ୍ୟ ପ୍ରଦାନ କରିଥିଲେ l ଛାତ୍ର, ଛାତ୍ରୀ ମାନଙ୍କ ଅନୁରୋଧ ରକ୍ଷାକରି ପୂର୍ବ ଦଣ୍ଡକୁ ମନେ ପକାଇବା ପାଇଁ ଭାରତ ସରାପ ଅଜ୍ଞ୍ୟା ଛାତ୍ର, ଛାତ୍ରୀ ମାନଙ୍କୁ ବାଉଁଶ ବାଡ଼ିରେ ଦଣ୍ଡ ଦେଇଥିଲେ l ପୂର୍ବତନ ଛାତ୍ର ସରୋଜ ମହାପାତ୍ର, ନରେନ୍ଦ୍ର ପଣ୍ଡା ଓ ସୁରେନ୍ଦ୍ର ପଣ୍ଡା ଛାତ୍ର ଥିବା ସମୟର ସ୍ମୃତି ଚାରଣ କହିଥିଲେl ସଭାଶେଷରେ ପ୍ରଧାନ ଶିକ୍ଷକ ଶ୍ରୀମାନ ହେମନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଝାରସୁଗୁଡା ସ୍ଥିତ “ଝାଡ଼େଶ୍ୱର ମନ୍ଦିର” ରେ ବନ୍ଧୁମିଳନ ଭୋଜିର ଆୟୋଜନ କରାଯାଇ ଥିଲା l