ଓଡିଶା ଘରୋଇ ଆଇଟିଆଇ ସଂଘର ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,17/11 (ସଂସ୍କୃତି ମିଡ଼ିଆ )- ଓଡିଶା ଘରୋଇ ଆଇ. ଟି. ଆଇ ସଙ୍ଘ (ସ୍ପିଟିଆ)ର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସଭାପତି ଡ଼. ଅରୁଣ କୁମାର ନାୟକଙ୍କ ସଭାପତିତ୍ବ ରେ ଆଜିର ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ବୈଠକରେ ହାଇକୋର୍ଟ ରେ ଚାଲିଥିବା କେଶ ବିଷୟରେ ଆଲୋଚନା ହୋଇଥିଲା, ପ୍ରାଇଭେଟ ଆଇ ଟି ଆଇ ମାନଙ୍କରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀମାନେ ହେଉଥିବା ଅସୁବିଧାର ସମ୍ମୁଖୀନ ଏବଂ ଏସିଏସ୍ଟି ଛାତ୍ରଛାତ୍ରୀମାନଙ୍କ ସରକାର ଦେଉଥିବା ବୃତ୍ତି କୁନେଇ ମଧ୍ୟ ଆଲୋଚନା ହୋଇଥିଲା l ଏମିତି ଅନେକ ଗୁରୁତ୍ୱ ପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା l ଆଗମି ଦୁଇ ବର୍ଷ ନିର୍ବାଚନ ହେବାପାଇଁ ସର୍ବସମତ୍ତି କ୍ରମେ ନିଷ୍ପତି ଗ୍ରହଣ କରାଗଲା ଳ ସାଧାରଣ ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ ତାଙ୍କର ସମ୍ପାଦକ ବିବରଣୀ ପାଠନ କରିଥିବା ବେଳେ ଉପ ସଭାପତି ବିଶ୍ୱଜିତ ପଣ୍ଡା, ମିଳନ ମହାପାତ୍ର, କୋଷାଧକ୍ଷ ଅତିଶ ରାଉତ ମଂଚାସୀନ ଥିଲେ ଳ ଚଳିତ ବର୍ଷ ଡିସେମ୍ବର ମାସ 22ତାରିଖ ରବିବାର ଦିନ ନିର୍ବାଚନ ହେବା ପାଇଁ ନିଷ୍ପତି ଗ୍ରହଣ କରାଗଲା l ଆଜିର ଏହି ବୈଠକରେ ଓଡିଶାର ବିଭିନ୍ନ ଜୋନ ଭିତରେ କଟକ ଜୋନର ଦେବୀପ୍ରସାଦ ଦାଶ, ବଲାଙ୍ଗିର ଜୋନର ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି), ଭୁବନେଶ୍ୱରର ସିଦ୍ଧେଶ୍ୱର ମହାନ୍ତି, ବ୍ରହ୍ମପୁରର ଜୟନ୍ତ ପାତ୍ର, ଭଦ୍ରକ ଜୋନର ଗଣେଶ ବିଶ୍ବାଳ ସମସ୍ତ ଜୋନର ସମ୍ପାଦକଙ୍କ ସହିତ ଶତାଧିକ ସାଧାରଣ ସଦସ୍ୟ ଯୋଗ ଦେଇ ଆଜିର ସଭାରେ ନିଜନିଜର ମତାମତ ସହିତ ସଭା କୁ ସଫଳ କରିଥିଲେ l