ପଶ୍ଚିମାଞ୍ଚଲ୍ ପ୍ରାଥମିକ ଶିକ୍ଷକ ଫୋରମ୍ ର ସାଙ୍ଗଠନିକ ବୈଠକ

0

ସୁନ୍ଦରଗଡ଼,17/11(ସଂସ୍କୃତି ମିଡ଼ିଆ ) ସୁନ୍ଦରଗଡ଼ ଜିଲା ଅମ୍ବା ରେସିଡେନ୍ସସି ଠାରେ ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ ତରଫରୁ ବଲାଙ୍ଗୀର ଜିଲ୍ଲା ସଭାପତି ଶିତୋଷ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲା କର୍ମକର୍ତ୍ତା ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଶିକ୍ଷକ ମାନଙ୍କର ଦୁଇଗୋଟି ଦାବୀ ଯଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,୬/୮ ବର୍ଷର ଚୁକ୍ତି ଭିତ୍ତିକ କାଳକୁ ମୂଳ ଚାକିରୀ ରେ ଗଣନା କରିବା ସହ ନୋସନାଲ ଇନକ୍ରୀମେନ୍ଟ ପ୍ରଦାନ । ଉକ୍ତ ବୈଠକରେ ରାମଲାଲ ପଟେଲ ଙ୍କୁ ଆବାହକ ରୂପେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଦୁଇ ଦଫା ଦାବିପତ୍ର ପ୍ରଦାନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପଶ୍ଚିମ ଓଡ଼ିଶାର ଏକ ପ୍ରତିନିଧି ଦଳ ବିଭାଗୀୟ ସଚିବ ଏବଂ ମନ୍ତ୍ରୀଙ୍କ ସହିତ ଦାବୀ ସମ୍ପର୍କରେ ଆଲୋଚନା କରିବା ପାଇଁ ସ୍ଥିର କରାଗଲା । ଉକ୍ତ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ସଭାପତି ଲକ୍ଷ୍ମଣ ପଟେଲ, ବଲାଙ୍ଗୀର ଜିଲ୍ଲା ସଭାପତି ଶିତୋଷ ପାଣିଗ୍ରାହୀ ସମ୍ପାଦକ ଚକାନନ୍ଦ କମ୍ପ, ବରଗଡ଼ ଜିଲ୍ଲା ସଭାପତି ନନ୍ଦିଘୋଷ ଭୁଏ, ସମ୍ପାଦକ ଶ୍ରୀକାନ୍ତ ବାରିକ,ଯୋଗେଶ୍ୱର ପଧାନ, ସ୍ୱାଧୀନ କୁମାର ସାହୁ, ଆଶୁତୋଷ ପାତ୍ର,ଅଶୋକ ସାହୁ, ସୁରେଶ ପ୍ରଧାନ, ଅକ୍ଷୟ ନାଏକ,ଶରତ ସୁନା, ଦୁଃଶାସନ ପଧାନ,ଟଗର ହନ୍ସ , ସୁବର୍ଣ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୁଲିନ୍ଦ୍ର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!