ଗୁତିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ

0

ଅତାବିରା, 18/11(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲି କ୍ଲଷ୍ଟର ଅଧୀନ ଗୁତିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ “ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ” ବିଦ୍ୟାଳୟ ପରିଚାଳନା କମିଟି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ବରେ ତଥା ପ୍ରଧାନଶିକ୍ଷକ ରବି ବନଛୋର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ମାଁ ଅନ୍ନପୂର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀ,ଲସ୍ତଲାର ସ°ପାଦିକା ସୁଷମା ପ୍ରଧାନ ଓ ସଭାନେତ୍ରୀ କରିସ୍ମା ପ୍ରଧାନଙ୍କ ଉପସ୍ଥିତିରେ ମମତା ମେହେର, ଅନିତା ପ୍ରଧାନ, ସବିତା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ମାପ ଅନୁସାରେ ପୋଷାକ ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ମୁକୁନ୍ଦ ନାଏକ,ଲିଲିମା ବାରିକ, ପୂଜା ପସାଏତ,ଭାରତୀ କଠାର, ସରସ୍ଵତୀ ମଲ୍ଲିକ, ଆରତୀ କଠାର୍ ଆଦି ସଭ୍ଯାସଭ୍ୟଗଣ ସହଯୋଗ କରିଥିଲେ | ପରିଶେଷରେ ସହକାରୀ ଶିକ୍ଷକ ଶ୍ରୀ ସୁବାଷ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |


Leave a Reply

Your email address will not be published. Required fields are marked *

error: Content is protected !!