ଡ଼ୁମାଲ ସମାଜର ପରିବର୍ତ୍ତନ ସହ ପରିବର୍ଦ୍ଧନ ଚିଠା ପ୍ରସ୍ତୁତ // ସମାଜର ବରଗଡ଼ ଜିଲାସ୍ତରୀୟ ବୈଠକ

ଡ଼ୁମାଲ ସମାଜର ପରିବର୍ତ୍ତନ ସହ ପରିବର୍ଦ୍ଧନ ଚିଠା ପ୍ରସ୍ତୁତ
ଡ଼ୁମାଲ ସମାଜର ବରଗଡ଼ ଜିଲାସ୍ତରୀୟ ବୈଠକ
ଅତାବିରା , 20/11(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକ ଗୁନିଆପାଲି କେନ୍ଦ୍ର ପପଙ୍ଗା ପାହାଡ଼ ତଳେ ବୁଧବାର ଡୁମାଲ ପରିଷଦ ଓଡିଶା, ବରଗଡ଼ ଜିଲା ଶାଖା ର ଜିଲା ସ୍ତରୀୟ ବୈଠକ ଜିଲା ସଭାପତି ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଡୁମାଲ ପରିଷଦ ଓଡିଶା ର ରାଜ୍ୟ ସଭାପତି ଦୟାସାଗର ମେଣ୍ଡଳୀ ମୁଖ୍ୟ ଅତିଥି ଓ ରାଜ୍ୟ ପରିଷଦର ସହସମ୍ପାଦକ ସତ୍ୟନାରାୟଣ ମେଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ l ବୈଠକରେ ଡୁମାଲ ଜାତିର ପୂର୍ବରୁ ଚଳିଆସୁଥିବା ସାମାଜିକ ରୀତିନୀତି ଏବଂ ସମ୍ବିଧାନର ସମୀକ୍ଷା ସହ ପରିବର୍ତ୍ତନ ଓ ପରିବର୍ଦ୍ଧନ କରାଯାଇ ପ୍ରସ୍ତାବିତ ଚିଠା ପ୍ରସ୍ତୁତ କରି ବରଗଡ଼ ଜିଲା କମିଟି ତରଫରୁ ରାଜ୍ୟ ଡୁମାଲ ପରିଷଦକୁ ପ୍ରଦାନ କରାଯାଇଛି l ସମସ୍ତ ଜିଲା କମିଟି ତରଫରୁ ପ୍ରସ୍ତାବିତ ଚିଠା ମାନଂକୁ ରାଜ୍ୟ ସ୍ତରୀୟ କମିଟିରେ ସମୀକ୍ଷା କରାଯାଇ ସଂଶୋଧିତ ଜାତି ସମ୍ବିଧାନ ପ୍ରସ୍ତୁତ କରାଯାଇ ଆଗାମୀ ରାଜ୍ୟ ସ୍ତରୀୟ ମହାସଭାରେ ପ୍ରକାଶ ପାଇବ l ଏହି ବୈଠକରେ ଜିଲା କମିଟି ର ସମସ୍ତ ସଦସ୍ୟ, ସମସ୍ତ କେନ୍ଦ୍ର କମିଟିର ସଭାପତି ସମ୍ପାଦକ, ରାଜ୍ୟ ପରିଷଦର ସଭ୍ୟ ସଭ୍ୟା ଏବଂ ମା ମାହେଶ୍ୱରୀ ସେନାର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ l ସଭା ଶେଷରେ ଜିଲା ସମ୍ପାଦକ ସୁବାସ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ l