ଗରିଆଟିକ୍ରା ସ୍କୁଲରେ ବିଦ୍ୟାଳୟ ପୋଷାକ ବଣ୍ଟନ

ଅତାବିରା, 20/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗରିଆଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବୁଧବାର ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବୁଗବୁଗା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶେଷଦେବ ଛନ୍ଦ,ସମ୍ମାନୀତ ଅତିଥି ରୂପେ ସମିତି ସଭ୍ୟ କୃଷ୍ଣଦେବ ଧରୁଆ, ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ, ବିଦ୍ୟାଳୟର ଚେୟାରମେନ ଚିତ୍ତରଞ୍ଜନ ପଧାନ,ପ୍ରଧାନ ଶିକ୍ଷକ ସନ୍ତୋଷ କର ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଲ ପୋଷାକ ବଣ୍ଟନ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବଣ୍ଟନ କରାଯାଇ ଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଦିନେଶ କୁମାର ମହାକୁର ,ତରଣିସେନ ପଧାନ,ଶିକ୍ଷୟିତ୍ରୀ ଜ୍ୟୋତି ରାଣୀ ଭୋଇ, ପିଙ୍କି ପଧାନ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।