ଅତାବିରା ଗୋଷ୍ଠୀ ଶିକ୍ଷା ପରିବାର ର ଅଭିନବ କାର୍ଯ୍ୟକ୍ରମ ଏଡ୍ୟୁସ୍ ଉଦଘାଟିତ

0

ଅତାବିରା, 23/11(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଳକ୍ ଅନ୍ତର୍ଗତ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ଗୋଡ଼ଭଗା ଠାରେ ଚଳିତ ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ରେ ପଢୁଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦଶମ ବାର୍ଷିକ ବୋର୍ଡ ପରୀକ୍ଷା ରେ ଏ ୱାନ୍ ହାସଲ ପାଇଁ ଦିଗଦର୍ଶନ ଦେବା ନିମନ୍ତେ ଏକ ନୂତନ ପ୍ରୟାସ ଏଡ୍ୟୁସ୍ (Educe) କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇ ଯାଇଛି ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଦନ ସୁନା, ଅତାବିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ ହରିପାଲ, ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ମଞ୍ଚାସିନ ଥିଲେ । ଏହା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ତା ୨୩-୧୧-୨୦୨୪ ରୁ ତା ୨୫-୧୧-୨୦୨୪ ରିଖ ତିନି ଦିନ ଧରି ଚାଲିବ । ପିଲାମାନଙ୍କୁ ସବୁ ବିଷୟରେ ମାର୍ଗଦର୍ଶନ ତଥା ସନ୍ଦେହ ଦୂରୀକରଣ ପାଇଁ ବ୍ଲକ୍ ର ଉଚ୍ଚ ବିଦ୍ୟାଳୟ ର ଅଭିଜ୍ଞ ବିଷୟଗତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସାଧନକର୍ମୀ ଭାବେ ଦାୟିତ୍ଵ ନିର୍ବାହ କରା ଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକର ସି.ଆର.ସି.ସି. ସହଯୋଗ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମହଲରୁ ପ୍ରଶଂସା ର ସୁଅ ଛୁଟିଛି ।


Leave a Reply

Your email address will not be published. Required fields are marked *

error: Content is protected !!