ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କ ଆଭିମୁଖୀକରଣ ଇଲାଇଟ୍ ଏଚିଭର୍ସ କାର୍ଯ୍ୟକ୍ରମ

ଭଟଲି, 23/11(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଳା ଭଟଲି ବ୍ଲକ୍ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକର ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କ ଆଭିମୁଖୀକରଣ କାର୍ଯ୍ୟକ୍ରମ ଇଲାଇଟ୍ ଏଚିଭର୍ସ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାର ବିଭିନ୍ନ ପାହାଚ ମାନ ବୁଝାଇଥିଲେ । ଏହାସହିତ ସେ କହିଥିଲେ ଦଶମ ଶ୍ରେଣୀ ପାଠପଢ଼ା ଜୀବନ ଦର୍ପଣ ଅଟେ । ତେଣୁ କଠିନ ଅଧ୍ୟବସାୟ ବଳରେ ଏହାକୁ ଅଧିକରୁଅଧିକ ସଫଳ କରିବା ପାଇଁ ପିଲାଙ୍କୁ ଆହ୍ବାନ ଦେଇଥିଲେ । ପଞ୍ଚାୟତ ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ପ୍ରଫେସର ମୃତ୍ୟୁଞ୍ଜୟ ମଲ୍ଲିକ ଯୋଗଦାନ କରି ଭବିଷ୍ଯତରେ କିଭଳି ଭାବରେ ସଫଳତାର ପାହାଚ ଚଢ଼ି ନିଜକୁ ଜଣେ ଦକ୍ଷ ମଣିଷ ଭାବେ ଗଢ଼ି ତୋଳିବେ ଓ ମ୍ଯାଟ୍ରିକ ବୋର୍ଡ଼ ପରୀକ୍ଷାର ପ୍ରସ୍ତୁତି ଉପରେ ସେ ପିଲାମାନଙ୍କୁ ବୁଝାଇଥିଲେ । ଏଥିରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରୁ ସର୍ବମୋଟ ୪୨ ଜଣ ଛାତ୍ରଛାତ୍ରୀଙ୍କ ଯୋଗଦାନ କରି ଥିଲେ। ଏଥିରେ ଦେବାନନ୍ଦ ବିଶି, କୃଷ୍ଣ କେଦାର ସାହୁ, ଠାକୁର ସାହୁ, ଯଜ୍ଞବ୍ରତ କର, ଉମାରାଣୀ ବେହେରା, ସୁରେଶ କୁମାର ପଧାନ, ପ୍ରଦୀପ ସାହୁ, ଲଲିତ ବିଶ୍ବାଲ, ଅନିମା ବାରିକ, ଘନଶ୍ଯାମ ପଣ୍ଡା, କୁମୁଦ ଭୋଇ, ସୁବୋଧ କୁମାର ସାହୁ, ମନୋଜ କୁମାର ନାୟକ, ଢାଲେଶ୍ୱରୀ ପଟେଲ, ଜ୍ଯୋତ୍ସ୍ନା ମହାନନ୍ଦ, ଉପେନ୍ଦ୍ର ଖମାରୀ, ନେତ୍ରାନନ୍ଦ ମେହେର, ଅଗ୍ନେଶ ମହାକୁର, ସୁଭଦ୍ରା କାର୍ଜୀ ପ୍ରମୁଖ ସାଧନ କର୍ମୀ ଭାବେ ଯୋଗ ଦେଇ ସମସ୍ତ ବିଷୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସନ୍ଦେହ ମୋଚନ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା ଓ ଡ. ମନୋଜ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାବେଲେ ଓ ସମସ୍ତ ସାଧନକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ, ଅଶୋକ ଡନସନା, ପରିତୋଶ ପାଢ଼ୀ, ଜୀବର୍ଦ୍ଧନ ଭୋଇ, ଅନ୍ତର୍ଯ୍ୟାମୀ ବୁଧିଆ, ସୁଦାମ ସାହୁ, ଆନନ୍ଦ ସାହୁ, ବିରେନ୍ଦ୍ର ପାଣ୍ଡେ, ସୁଜିତ ନନ୍ଦ, ଗୁପ୍ତଚନ୍ଦ୍ର ରଏ, ସଞ୍ଜୀବ କୁମାର ଷଡ଼ଙ୍ଗୀ, ନିଲାମ୍ବର ପଟେଲ, ବ୍ୟାସଦେବ ସାହୁ, କିଶୋର ସାହୁ, ଜ୍ଞାନ ରଞ୍ଜନ ସାହୁ, ଦିବାକର ପଟେଲ, ସୁଶାନ୍ତ କରନ ପ୍ରମୁଖ ସହଯୋଗ କରିଥିଲେ।