ହୋଲି ହାର୍ଟସ ପବ୍ଲିକ ସ୍କୁଲର ଦଶମ ବାର୍ଷିକୋତ୍ସବ

0

ସରଣ୍ଡା,24/11(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲା ଅତାବିରା ସ୍ଥିତ ହୋଲି ହାର୍ଟସ ପବ୍ଲିକ ସ୍କୁଲର ଦଶମ ବାର୍ଷିକୋତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ର ପରିଚାଳକ ସମିତ୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ ଯୁବରାଜ ଖମାରୀ ମୁଖ୍ୟବକ୍ତାଭାବେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଛତ୍ରୀଛାତ୍ର ଶିକ୍ଷକ ଓ ଅବିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଶିକ୍ଷା ସମ୍ବନ୍ଧରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ l ବିଦ୍ୟାଳୟର କୃତୀ ଛାତ୍ରୀଛାତ୍ର ପ୍ରଥମ ଶେଣୀର ସୁପ୍ରିୟ ସାହୁ, ଦ୍ଵିତୀୟର ଶ୍ୱସ୍ତିକ ପ୍ରଧାନ, ତୃତୀୟ ର ରିଦ୍ଧି ପାଣ୍ଡେ, ଚତୁର୍ଥ ର ରିୟାଂଶ ଅଗ୍ରୱାଲ, ପଞ୍ଚମ ଶ୍ରେଣୀର ଶ୍ରେୟାଂଶି ସଂସିତା ଜେନା ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ସ୍କୁଲର ବିନୀତ ପଟେଲ, ଶ୍ରେୟାଂଶି ସଂସିତା ଜେନା, ଦେବିସ୍ମିତା ସ୍ୱାଇଁ, ଆୟତ୍ ନିଶା ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ କୋଶଲ ଅବସରପ୍ରାପ୍ତ ସୈନିକ ସଂଘ ଅତାବିରାର ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜେସିଆଇ ଅତାବିରା ର ଅତୁଳନୀୟ ସାମାଜିକ କାର୍ଯ୍ୟ ଓ ସହଯୋଗ ପାଇଁ ସଭାପତି ନିତୁ ଅଗ୍ରୱାଲ ଙ୍କୁ ସଂମ୍ମାନିତ କରାଯାଇଥିଲା l ସ୍କୁଲର 292 ଜଣ ଛାତ୍ରୀଛାତ୍ର ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ଏଥିରେ ନୃତ୍ୟଗୁରୁ ରାଜେଶ ଭୋଇ ଓ ମିତା ମହାକୁର ସହଯୋଗ କରିଥିଲେ l ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ପୂଜାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସୀମା ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷୟିତ୍ରୀ ଅନୁସୟା ଦାଶ ଓ ସ୍ମୃତି ଦାଶ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଅମ୍ବିକା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!