ଭଟଲି ବ୍ଲକ ଉର୍ଦୁନା ଏବଂ ନୂଆଁଗଡ଼ ପଞ୍ଚାୟତରେ ସାମାଜିକ ସମୀକ୍ଷା

ଭଟଲି,୨୮।୧୧(ସଂସ୍କୃତି ମିଡ଼ିଆ )- ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ ଅର୍ଥ ଆୟୋଗ (କେନ୍ଦ୍ରୀୟ)ର ସାମାଜିକ ସମୀକ୍ଷା ଗ୍ରାମସଭା ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଉର୍ଦୁନା ଏବଂ ନୂଆଁଗଡ଼ ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ ଅପ୍ରେଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ତଥା ପଞ୍ଚଦଶ ଅର୍ଥ ଆୟୋଗ (କେନ୍ଦ୍ରୀୟ) ଯୋଜନାରେ ୨୦୨୦-୨୧ ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟବହୃତ କାଗଜପତ୍ର ଯାଞ୍ଚ ତଥା ଗୃହ ପରିଦର୍ଶନ ପରେ ବାହାରିଥିବା ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଗ୍ରାମ୍ୟ ସମ୍ବଳ କର୍ମୀ ତଥା ଜନସାଧାରଣଙ୍କ ଦ୍ଵାରା ଗ୍ରାମସଭାରେ ଉପସ୍ଥିତ ହିତାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ନିଷ୍ପତ୍ତି ନିଆଯାଇଥିଲା l ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁ ନୂଆଁଗଡ଼ ଗ୍ରାମ ପଞ୍ଚାୟତ ଗ୍ରାମସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଗ୍ରାମସଭାରେ ଉର୍ଦୁନା ସରପଞ୍ଚ ଗୋବିନ୍ଦ ପଧାନ, ନୂଆଁଗଡ଼ ସରପଞ୍ଚ ଦୂର୍ବାସା ପଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମନ୍ ମାଣିକପୁରୀ, ସଞ୍ଜୀବ କୁମାର ନାୟକ,ଏଡିଇଓ ପ୍ରୀୟବତ୍ତ ପାଣିଗ୍ରାହୀ, ଗୁଣମଣି ନାଗ, ଗ୍ରାମ୍ୟ ସମ୍ବଳ କର୍ମୀ, ଶ୍ରମିକ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତଥିଲେ l ରେକର୍ଡ ପତ୍ର ଯାଞ୍ଚ ସମୟରେ ବାହାରିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହେଲା l ଗ୍ରାମ୍ୟ ସମ୍ବଳ କର୍ମୀ ବିନି ଅଦାଵର, ସୌଦାମିନୀ ମହାନନ୍ଦ, ପିଙ୍କି ମେହେର, ସାବିତ୍ରୀ ସା, ପଦ୍ମାବତୀ ସାହୁ ଏବଂ ମାଧବୀ ଖମାରୀ ଯୋଗଦେଇ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l