ଭଟଲିରେ ବ୍ଲକସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

0

ଭଟଲି, 3/12(ସଂସ୍କୃତି ମିଡ଼ିଆ)-ଭିନ୍ନକ୍ଷମ ପିଲାମାନଙ୍କ ଅଧିକାର ଏବଂ କଲ୍ଯାଣକୁ ପ୍ରୋତ୍ସାହିତ କରିବା ଏବଂ ଜୀବନର ସମସ୍ତ ଦିଗରେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟନେଇ ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଭଟଲି ଅନ୍ତର୍ନିବେଶୀ ସାଧନ କେନ୍ଦ୍ର ଠାରେ ବ୍ଲକସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି।

ବିଇଓ ସରୋଜ କୁମାର ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଟଲି ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରର ଡାକ୍ତର ଦେବାଶିଷ ବିଶ୍ବାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଜୟଶ୍ରୀ ମହାନ୍ତି, ଏବିଡିଓ ଜ୍ୟୋତ୍ସ୍ନାରାଣୀ ଗଡତିଆ, ବିଏସଏସଓ ନମିତା ପରିଡା ମଞ୍ଚାସୀନ ଥିଲେ।ବିଆରଟି ଛନ୍ଦାଚରଣ ମେହେର ଓ ହରିବନ୍ଧୁ ଭୋଇ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ବିଷୟରେ ସବିଶେଷ ସୁବିଧାସୁଯୋଗ ଗୁଡିକ ଉପସ୍ଥାପନ କରିଥିଲେ।ପ୍ରଥମେ ସିଆରସିସି ସୁଶାନ୍ତ ସୁନା ସମସ୍ତଙ୍କୁ ଏହି ଦିବସରେ ଶପଥପାଠ କରାଇଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଗୀତ,ନାଚ ଓ ଚିତ୍ରାଙ୍କନ, ମ୍ଯୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଦିବ୍ଯାଙ୍ଗ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ଯ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ବ୍ଲକର ସମସ୍ତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଅଭିଭାବିକା, ସିଆରସିସି ବିରେନ୍ଦ୍ର ପାଣ୍ଡେ,ସୁଜିତ ନନ୍ଦ,ଶୁକ୍ରୁ ଗର୍ଡିଆ,ରୋହିତ ମହାନନ୍ଦ,ସଞ୍ଜୟ ସାହୁ,ସୁଦାମ ସାହୁ,ଗୁପ୍ତଚନ୍ଦ୍ର ରଏ, ଜୟରାଜ ନାଏକ,ମନଭାଙ୍ଗୀ ଖମାରୀ,ଗିରିଧାରୀ ସାହୁ,ନାରାୟଣ ମେହେର,ଦୀନନାଥ ପଧାନ ସମେତ ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ର ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ରାଜେଶ ପ୍ରସାଦ ଦାଶ କାର୍ଯ୍ୟକ୍ରମ କୁ ପରିଦର୍ଶନ କରିଥିଲେ ।ପ୍ରକାଶ ଚନ୍ଦ୍ର ସାହୁ ସଭା ସଂଯୋଜନା ଓ ସାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!