୯ ଦିନ ପରେ ଭଟଲି ମଣ୍ଡିରୁ ଉଠିଲା ପ୍ରଥମ ଧାନ

0

ଭଟଲି,୩।୧୨ (ସଂସ୍କୃତି ମିଡ଼ିଆ): ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭଟଲି ବଜାର ପ୍ରାଙ୍ଗଣରେ ଶନିବାର ଆନୁଷ୍ଠାନିକ ଭାବେ ଧାନ କ୍ରୟର ଶୁଭ ଉଦ୍ଘାଟନ କରାଯାଇଥିଲା। ନଭେମ୍ବର ୨୦ ତାରିଖରୁ ବଜାର ଖୋଲିଥିଲେ ମଧ୍ୟ ଶନିବାର ପ୍ରଥମ ଧାନ କ୍ରୟ କରାଯାଇଥିଲା। ଭଟଲି ବ୍ଲକରେ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ଭଟଲି, କେଲେଣ୍ଡାପାଲି ଏବଂ ଉର୍ଦୁନା ଠାରେ ସ୍ଥାୟୀ ବଜାର ପ୍ରାଙ୍ଗଣ ରହିଛି। ସେହିପରି ବିଶାଲପାଲି, ଚଢ଼େଇଗାଁ, ଜଡ଼ା, କମଗାଁ, ସୁଲସୁଲିଆ, ନାରଙ୍ଗପୁର, ହାତୀସର, ହାଲୁପାଲି ଏବଂ ତେଜାଗୋଲା ଠାରେ ଅସ୍ଥାୟୀ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି। ଭଟଲି ବଜାର ପ୍ରାଙ୍ଗଣରେ ଭଟଲି ଏବଂ କେଶାଇପାଲି ପ୍ରାଥମିକ ସେବା ସମବାୟ ସମିତିରେ ପଞ୍ଜୀକୃତ ହୋଇଥିବା ଯଥାକ୍ରମେ ୧୧୨୫ ଓ ୧୨୦୨ ଚାଷୀଙ୍କ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଜି ଭଟଲି ବଜାରରୁ ୬ଜଣ ଚାଷୀଙ୍କ ୬୫୫ ପ୍ୟାକେଟରେ ୨୬୪ କ୍ଵିଣ୍ଟାଲ ଧାନ ଟେଗ୍ ହୋଇଥିବା ୨ଗୋଟି ମିଳକୁ ଯାଇଥିବା ବେଳେ ୪୬୪ କ୍ଵିଣ୍ଟାଲ ଧାନ ରହିଛି ।ଯନ୍ତ୍ରପାତି ଓ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ଯଥା ଗୋଦାମ ଗୃହ, ଓଜନ ମାପ ଯନ୍ତ୍ର, ଡିଜିଟାଲ ଓଜନ ମାପ ଯନ୍ତ୍ର, ଆର୍ଦ୍ରତା ପରୀକ୍ଷଣ ଯନ୍ତ୍ର, ତାରପୋଲିନ୍, ମିନି ଗ୍ରେଡର ଇତ୍ୟାଦିର ଭଟଲି ବଜାର ପ୍ରାଙ୍ଗଣ ଠାରେ ପର୍ଯ୍ୟାପ୍ତ ସୁବିଧା ଥିବା ବିଭାଗୀୟ ଅଧିକାରୀ ଜଣାଇଥିଲେ। ଆଜି ଅତିରିକ୍ତ ତହସିଲଦାର ଅଭିରାମ ସେଠ୍, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତ୍ସାରାଣୀ ଗଡତିଆ, ଯୋଗାଣ ନିରୀକ୍ଷକ ଶାନ୍ତାକାର ପ୍ରଧାନ, ରାଜସ୍ବ ନିରୀକ୍ଷକ ପଞ୍ଚାନନ ବିଶ୍ଵାଳ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ଦାସ, ଭଟଲି ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ ଆଦିତ୍ୟ ପଧାନ, କେଶାଇପାଲି ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ ସଲିମ କୁମାର ସାହୁ, ଚମତ୍କାର ପଧାନ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ଭରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଅଚ୍ୟୁତ ବୁଧିଆ, ଜିଲ୍ଲା ଉପସଭାପତି ଅକ୍ଷୟ ସାହୁ, ପ୍ରାଥମିକ ସେବା ସମବାୟ ସମିତି ସଭାପତି ଭାଗରଥି ପଧାନ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ୨ ହଜାର ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ କିପରି ସୁରକ୍ଷିତ ରହିବ ତଥା ବିନା କୌଣସି ଅସୁବିଧା ସହ ଚାଷୀ କିପରି ନିଜର ଧାନ ବିକ୍ରି କରିପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଭଟଲି ମାର୍କେଟ ୟାର୍ଡ ଅଧିକାରୀ ହିମାଂଶୁ ପ୍ରଧାନ କହିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!