ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପିତ 

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 43;


ବରଗଡ଼, 4/12(ସଂସ୍କୃତି ମିଡ଼ିଆ )-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବୁଧବାର ସନ୍ଧ୍ୟାରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି l ବୁଧବାର ସନ୍ଧ୍ୟା 7ଟା 26ରେ ପରମ୍ପରା ଅନୁଯାୟୀ, ବରଗଡ଼ ହାଟପଦା ସଞ୍ଚାର ମଣ୍ଡଳୀରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ଏହି ଅବସରରେ ଅପରାହ୍ନ 5ଟା.37 ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ପୂଜାର୍ଚ୍ଚନା ପରେ ସମଲେଶ୍ୱରୀ ମନ୍ଦିରରୁ ହାଟପଦା ସଞ୍ଚାର ମଣ୍ଡଳୀ ଅଭିମୁଖେ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ସନ୍ଧ୍ୟା 6ଟା 50ରେ ଶୋଭାଯାତ୍ରା ହାଟପଦା ସଞ୍ଚାର ମଣ୍ଡଳୀ ପହଞ୍ଚିବା ପରେ ପୂଜାର୍ଚ୍ଚନା ସହିତ ସେଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।

ରାଜ ପୁରୋହିତ ପୂଜା ଅର୍ଚ୍ଚନା କରିଥିବା ବେଳେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ, ଉପସଭାପତି ତଥା ଏସ୍‌ପି ପି.ଏସ୍‌ ମୀନା କର୍ତ୍ତା କାର୍ଯ୍ୟ ନିର୍ବାହ କରିଥିଲେ। ଧନୁଯାତ୍ରାର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, କଂସ ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ବୃନ୍ଦ ଏବଂ ଧନୁଯାତ୍ରା ସମିତିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଧନୁଯାତ୍ରା ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିଯିବ। ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଇଥିବା ଜୀରାନଦୀ ହେବ ଯମୁନା। ତେବେ ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଅଞ୍ଚଳବାସୀଙ୍କ ମଧ୍ୟରେ ସେତିକି ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହେଉଛି।


Leave a Reply

Your email address will not be published. Required fields are marked *

error: Content is protected !!