ପରଲୋକରେ ଶିକ୍ଷାବିତ୍ ଜଗବନ୍ଧୁ ସାହୁ 

0

ଭଟଲି,୭।୧୨(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଭଟଲି ଗ୍ରାମର ଅବସରପ୍ରାପ୍ତ ବିଦ୍ୟାଳୟ ଅନୁନିରିକ୍ଷକ ଜଗବନ୍ଧୁ ସାହୁଙ୍କ ଶୁକ୍ରବାର ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୭୬ ବର୍ଷ ବୟସ ହୋଇଥିଲା । ସେ ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଭାବେ ଜଣାଶୁଣା ଥିଲେ। ନୂଆଁଗଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ସେ ଶିକ୍ଷକତା କାର୍ଯ୍ୟ ଆରମ୍ଭ କରି ଅନେକ ସୁଶିକ୍ଷିତ ମଣିଷ ଗଢି ତୋଲିଥିବାବେଲେ ଭଟଲି ବ୍ଲକ ବିଦ୍ୟାଳୟ ନିରୀକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ। ମୃତ୍ୟ ଶଯ୍ୟାରେ ପୁଅ ସରୋଜ ଏବଂ ପୂର୍ଣ୍ଣଚନ୍ଦ୍ର ଉପସ୍ଥିତ ଥିଲେ । ଗାଁ ମଶାଣୀରେ ବଡ଼ପୁଅ ସରୋଜ ମୁଖାଗ୍ନି ଦେଇଥିଲେ। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!