ଗମ୍ଭାରୀପାଲିରେ ଦ୍ୱାଦଶତମ ଜି. ପି. ଏଲ. କ୍ରିକେଟ ପ୍ରତିଯୋଗିତା

ଅତାବିରା , 8/12(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗମ୍ଭାରୀପାଲି ମାଁ ମାହେଶ୍ୱରୀ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଦୁଇ ଦିନଆ ଦ୍ୱାଦଶତମ ଜି. ପି. ଏଲ. କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଗମ୍ଭାରୀପାଲିର ତିନୋଟି ଦଳ ଯଥା ସୁପ୍ରିମ ସ୍ପାରଟନ, ଡ଼ାଇନେମିକ ଡେୟାରଡେଭିଲସ, ରଏଲ ଷ୍ଟ୍ରାଇକର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା l ଚମ୍ପିଏନ ସୁପ୍ରିମ ସ୍ପାରଟନ ଟିମ ଓ ରନରନ୍ସ ଅପ ଡାଇନେମିକ ଡେୟାରଡେଭିଲସ ହୋଇଥିଲା l ଚମ୍ପିୟାନ ଦଳର କେପଟେନ ମଧୁସୂଦନ ପ୍ରଧାନ ଓ ରନରନ୍ସ ଦଳର କେପଟେନ ପରେଶ ପ୍ରସାଦ ସେଟ ଙ୍କୁ ସଂମ୍ମାନିତ କରାଯାଇଥିଲା ll ଏହି କାର୍ଯ୍ୟକ୍ରମରେ ଲରମ୍ଭା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାରତ ସରାପ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରିକେଟ ଖେଳକୁ ଆହୁରି ଉଚ୍ଚକୋଟର କରିବା ପାଇଁ ଗ୍ରାମୀଣ ଯୁବକ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି ଜି. ପିଏଲ. ଖେଳ ଆହୁରି ଆଗକୁ ଭଲ ଭାବରେ ହେବାପାଇଁ ଶୁଭକାମନା କରିଥିଲେ l ସ୍ଥାନୀୟ କ୍ରିକେଟ ଖେଳପ୍ରେମୀ ବନମାଳୀ ପର୍ଡିଆ, ନରେଶ ସେଟ ଓ ସନ୍ତୋଷ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ରାହୁଲ କୁମାର ବଘାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l