ଉଦେପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ମାନସିକ ସ୍ୱାସ୍ଥ୍ୟ ଶିବିର

0

ଭଟଲି,୯।୧୨(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଭଟଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଉଦେପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ଼ର ସହଯୋଗ ତଥା ଗୋଷ୍ଟୀ ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଣବ କୁମାର ପାଣିଗ୍ରାହୀଙ୍କର ତତ୍ୱାବଧାନରେ ଏକ ମାନସିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଟଲି ବ୍ଲକର ଉଦେପାଲି ସେକ୍ଟରର ବିଭିନ୍ନ ଗ୍ରାମ ରୁ ମାନସିକ ରୋଗର ଲକ୍ଷଣ ଥିବା ତଥା ପୂର୍ବରୁ ଔଷଧ ସେବନ କରୁଥିବା ବ୍ୟକ୍ତି ମାନେ ଏହି ଶିବିରରେ ଅଂଶଗ୍ରହଣ କରି ବିଭିନ୍ନ ସ୍ୱାସ୍ଥ୍ୟ ସେବାର ଲାଭ ନେଇଥିଲେ । ଏହି ଶିବିରରେ ଏସଆରଏମ, ମେଡିକାଲ କଲେଜ,କଳାହାଣ୍ଡିରୁ ଆସିଷ୍ଟାଣ୍ଟ ପ୍ରଫେସର ଡ଼ା ପ୍ରବୀଣ କୁମାର ସାହୁ ଯୋଗଦେଇ ରୋଗୀ ମାନଙ୍କୁ ଚିକିତ୍ସା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଲୋକ ମାନଙ୍କୁ ମାନସିକ ରୋଗ ବିଷୟରେ ସଚେତନ କରାଯାଇଥିଲା ଓ ମାନସିକ ରୋଗ ଲକ୍ଷଣ ଥିବା ଲୋକ ମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉଦେପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା ସଂଜୀବ ଦାଶ, ଡ଼ା ସଂଜିତ ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗରୁ ବବୁନ କୁମାର ସାହୁ, ଫକୀର ମୋହନ ବାଗ, ଯଶୋବନ୍ତ ରଣବୀର, ଭଟଲି ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ ଜୟ ପ୍ରକାଶ ପ୍ରଧାନ, ଫାର୍ମାସିଷ୍ଟ ରବି ନାରାୟଣ ଶତପଥି, ଆନନ୍ଦ ମେହେର, ପ୍ରଭାସିନୀ ପିଙ୍ଗ, ସୁପର ଭାଇଜର ଫନୀନ୍ଦ୍ର ମାଝୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରିତା ସାହୁ, ମାମିତା ହାଁସଦା, ସୌଦାମିନୀ ପଧାନ, ରାଜକୁମାର ଭୋଇ, ରୋହିତ ବିଶ୍ୱାଳ, ଗଗନ ସାହୁ ତଥା ଉଦେପାଲି ସେକ୍ଟରର ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!