ଭଟଲି ବ୍ଳକସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର 

0

ଭଟଲି, 11/12(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲ୍ଲା ଭଟଲି ବ୍ଳକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୌଡଗାଁଠାରେ ବ୍ଳକର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ବ୍ଳକସ୍ତରୀୟ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ତିନିଦିନ ଧରି ଚାଳିଥିବା ଏହି ଶିବିରକୁ ଭଟଲି ବିଇଓ ସରୋଜ କୁମାର ଭୁଏ ଉଦ୍ଘାଟନ କରିଥିଲେ। ଏଥିରେ ରାଜ୍ୟ ସାଧନ କର୍ମୀ ଦୁର୍ଗା ପ୍ରସାଦ ଷଡଙ୍ଗୀ,ବ୍ରେକ ଥ୍ରୋ ର ସହକାରୀ ନିର୍ଦ୍ଦେଶକ ଅମୂଲ୍ଯ କୁମାର ବରିହା ବିଦ୍ୟାଳୟର ପ୍ରଧାନଶିକ୍ଷକ ପରିତୋଶ ପାଢୀ ଯୋଗଦାନ କରିଥିଲେ। ଶିବିରରେ ସାଧନ କର୍ମୀ ନେତ୍ରାନନ୍ଦ ମେହେର, ରଞ୍ଜିତ ନାଏକ, ତେଜରୁ ବାରିକ ଓ ସୀମା ବିଶ୍ବାସ ସମାଜରେ ଥିବା ଲିଙ୍ଗଗତ ବୈଷମ୍ଯ,ସମାଜରେ ଦେଖା ଦେଉଥିବା ବିଭିନ୍ନ ଘରୋଇ,ପାରିବାରିକ ଅସୁବିଧା ଓ ସେଥିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ,ଛାତ୍ରଛାତ୍ରୀଙ୍କ ବ୍ଯବହାର,ଉଚ୍ଚାକାଂକ୍ଷୀ ମନୋଭାବ ବିଷୟରେ ଆଲୋକପାତ କରିଥିଲେ। ଉଦଯାପନୀ ସଭାରେ ବିଇଓ ଶ୍ରୀ ଭୁଏ ଯୋଗଦାନ କରି ସାଂପ୍ରତିକ ସମାଜରେ ଲିଙ୍ଗଗତ ବୈଷମ୍ଯକୁ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ବାନ ଜଣାଇଥିଲେ। ପରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ରଞ୍ଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମ ଚାରୀ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!