ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବ କଲେବର ମହୋତ୍ସବ 

0

ଭଟଲି , ୧୨।୧୨(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର କେନ୍ଦୁଗୁଡ଼ିଆ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବ କଲେବର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ୯ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇ ୧୧ ତାରିଖ ବୁଧବାର ସମ୍ପନ୍ନ ହୋଇଥିଲା । ସୋମବାର ଜଗଦାନନ୍ଦ ମିଶ୍ର ସତସଙ୍ଗ ପ୍ରବଚନ କରିଥିଲେ । ମଙ୍ଗଳବାର କଳସଯାତ୍ରା, ଧାନ୍ୟାଭିଷେକ ଏବଂ ରାତିରେ ଗୁରୁଶ୍ରୀ ସୁରେଶ ଦାଶଙ୍କ ଦ୍ଵାରା ବାରଗୁଡା ପାଲା ଅନୁଷ୍ଠିତ ହୋଇଥିଲା। ବୁଧବାର ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ସହ ମହୋତ୍ସବ ସମାପନ ହୋଇଥିଲା। ମୂଖ୍ୟ ଆଚାର୍ଯ୍ୟ ପଣ୍ଡିତ ଜୟ ଦେବ ପଣ୍ଡା , ରୋହିତ ପଣ୍ଡା, ହରିନାରାୟଣ ପଣ୍ଡା,ସୋମନାଥ ପଣ୍ଡା, ଲକ୍ଷ୍ମଣ ମିଶ୍ର ସମସ୍ତ ପୂଜାକାର୍ଯ୍ୟ ଶାସ୍ତ୍ରୀୟ ରୀତିରେ ସମ୍ପନ୍ନ କରିଥିଲେ। ନିମାଇଁ ପତି ପତ୍ନୀ ଘନକେଶୀ ପତି କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ରାତିରେ ଭଦ୍ରକରୁ ଆସିଥିବା ଦାରୁବ୍ରହ୍ମ ଅପେରା ପରିବେଷିତ ହୋଇଥିଲା। ନୂତନ ବିଗ୍ରହ ମହାପ୍ରଭୁ ଦଧିବାମନଙ୍କୁ ଦର୍ଶନ କରିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!