ରେଂଗାଲିପାଲିରେ ବ୍ଲକ ବାରିକ ସମାଜର ବୈଠକ

ସରଣ୍ଡା, 15/12(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ବାରିକ ସମାଜର ବୈଠକ ରେଙ୍ଗାଲି ପାଲି ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ବ୍ଲକ ବାରିକ ସମାଜର ସଭାପତି ହାରାଧନ ବାରିକ କଂ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବଙ୍ଗଳା ଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଥିବା ଘଟଣାକୁ ନିନ୍ଦା କରାଯାଇ ଥିଲା | ଅଂଚଳ ରେ ସମାଜ ର ସବୁ ବର୍ଗ ର ସୁବିଧା ଅସୁବିଧା ରେ ମିଳି ମିଶି କାମ କରିବା ପାଇଁ ଆଲୋଚନା ହୋଇ ଥିଲା ସଭାପତି ଙ୍କ ମହାନତା ପାଇଁ ତାଙ୍କୁ ଧନ୍ୟବାଦ ଦିଆ ଯାଇ ଥିଲା ଡିସେମ୍ବର କୋଡିଏ ତାରିଖ ରେ ହେବାକୁ ଥିବା ଜଡ଼ା ମଠ ବାର୍ଷିକ ଉସ୍ବବ ପାଇଁ ସମସ୍ତ ରାଜ୍ୟ ସ୍ତରୀୟ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଦିଆ ଯାଇ ଥିଲା |ଏହି ବୈଠକରେ ବାରିକ ସମାଜର କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକ,ସମ୍ପାଦକ କାର୍ତ୍ତିକ ପଶାୟତ,ସଂଘର ସଭ୍ୟ ଦେବାର୍ଚ୍ଚନ ବାରିକ,ସରୋଜ ବାରିକ,ସତ୍ୟ ପଶାୟତ,ମନ ପଶାୟତ,ଜୀବର୍ଦ୍ଦନ ପଶାୟତ,ଦେବାନନ୍ଦ ବେହେରା,ଶଂକର ଭାନୁ ପଶାୟତ ପ୍ରମୁଖ ଯୋଗଦେଇଥିଲେ |