ପୁରାତନ ଛାତ୍ର ଙ୍କ ବନ୍ଧୁମିଳନ : ସାମାଜିକ କାର୍ଯ୍ୟରେ ସାମିଲ ପାଇଁ ଶପଥ

ସରଣ୍ଡା, ୧୫।୧୨( ସଂସ୍କୃତି ମିଡ଼ିଆ ): ବରଗଡ଼ ଜିଲା ଅତାବିରା ବାଳକ ହାଇସ୍କୁଲ ୧୯୯୪ ମ୍ୟାଟ୍ରିକ୍ ବ୍ୟାଚ୍ ର ତୃତୀୟ ବନ୍ଧୁମିଳନ ତେବ୍ରିଗଡ଼ ବାରପାହାଡ଼ ପାଦଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି I ଗଣେଶ ଦାସଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକରେ ବିଗତ ଦିନରେ ପରଲୋକ ହୋଇଥିବା ସାଥୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇ ସ୍ମୃତିଚାରଣ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ସଦସ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ଜନମଙ୍ଗଳ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ 46 ଜଣ ସଦସ୍ୟ ଯୋଗଦେଇ ସ୍କୁଲ ସମୟ ଓ ବର୍ତ୍ତମାନ ପରିସ୍ଥିତି ଉପରେ ନିଜର ସ୍ମୃତି ସାରଥୀ ସାହୁଙ୍କ ସଂଯୋଜନାରେ ଉପସ୍ଥାପନ କରିଥିଲେ ।

ଏଥିରେ ପ୍ରଶାନ୍ତ ଦାଶ, ସ୍ବାଧୀନ ତାଣ୍ଡି, ଶରଣ ମହାରଣା, ଶ୍ରୀକାନ୍ତ ମହାପାତ୍ର, ଲଷ୍ମଣ ପ୍ରଧାନ, ଜିତେନ୍ଦ୍ରିୟ ପ୍ରଧାନ, ରଞ୍ଜନ ତ୍ରିପାଠୀ, ମନୋରଞ୍ଜନ ଗୁରୁ, ତ୍ରିଲୋଚନ ପାତ୍ର, ଗଣେଶ ଦାଶ, ସୁବୋଧ କାମଗାଁ,, ଅରୁଣ ସାହୂ,, ମନବୋଧ ମିର୍ଧା, ରଜତ ଭୋଇ, ବିକାଶ ସେଠ,, ସାରଥୀ ସାହୂ, ସୁଶାନ୍ତ ପ୍ରଧାନ, ଭୁବନ ସେଠ, ବିଜୟ ଦାଶ, ଯୁଧିଷ୍ଠିର ମହାପାତ୍ର, ଭୋଳାନାଥ ଘୋଷ, ରବୀନ୍ଦ୍ର ଭୋଇ, ମେଧା ବାବୁ, ସୁନୀଲ ବାଗ, କେଶବ ଭୋଇ, ପଞ୍ଚାନନ କର, ତେଜରାଜ ସାହୁ,ଶରତ ମଲ୍ଲିକ, ସମ୍ବିତ ପ୍ରଧାନ, ମନୋଜ ସାହୁ,କକିଲ ମେହେର, କଳାଚାନ୍ଦ ସାହୁ, ପ୍ରମୁଖ ଭାବ ବିନିମୟ କରିଥିଲେ l