ପଦ୍ମପୁର ଇନଡୋର ଷ୍ଟାଡ଼ିୟମ ରେ ଦିନିକିଆ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ଅନୁଷ୍ଠିତ

0

ପଦ୍ମପୁର, ୧୬ /୧୨ (ସଂସ୍କୃତି ମିଡ଼ିଆ ): ପଦ୍ମପୁର ଅଞ୍ଚଳ କଲେଜ ପାଖରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମ ରେ ରବିବାର ଦିନିକିଆ ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ବ୍ୟାଡ ମିଣ୍ଟନ କମିଟି ର ସଭାପତି ସୁନୀଲ କୁମାର ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ବାବୁଲୁ ଖାନ, ମିଳୁ ସାହୁ ଅତିଥି ଭାବରେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟନ କରିବା ସହ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମୋଟ ୬୦ଟି ଟିମ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚ ରେ ପାଟଣାଗଡ଼ ଓ ପାଇକମାଲ, କଣ୍ଟାବାଞ୍ଜି ଓ ମହାସମୁନ୍ଦ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା। ରିତେଶ ସାହୁ ଓ ଦୀପକ ଅଗ୍ରୱାଲ ଅମ୍ପାୟାରିଂ ଦାୟିତ୍ୱ ତୁଲାଇଥିବା ବେଳେ ବଂଶୀ ଅଗ୍ରୱାଲ, କିଶୋର ପାତ୍ର, ହରି ଶଙ୍କର ସିଂ, ନିପୁନ, ଆକିପ, ରାଜେଶ, ଅମିତ ବୌଧିପ୍ତ, ସ୍ମୃତି ରଞ୍ଜନ, ସୋମନାଥ, ସୁଧୀର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ଏମଡି ସଲମାନ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!