ସ୍ୱାଧିନତା ସଂଗ୍ରାମୀ କୁଞ୍ଜବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ ପାଳନ

0

ଭଟଲି,୧୬/୧୨(ସଂସ୍କୃତି ମିଡ଼ିଆ ):- ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ମୁରୁମକେଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ମୁରୁମକେଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ କୁଞ୍ଜବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଅଛି । ସ୍ୱର୍ଗତ କୁଞ୍ଜବିହାରୀ ଦାଶ ତା ୧୨.୧୨.୧୯୧୦ ରେ ମୁରୁମକେଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ତେଣୁ ତାଙ୍କର ବୀରଗାଥା ତଥା ସମାଜ ପ୍ରତି ଅବର୍ଣ୍ଣନୀୟ ଅବଦାନର ସ୍ମୃତିଚାରଣ କରିବା ପାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜପତି ଡନସନାଙ୍କ ତତ୍ୱାବଧାନରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଠାକୁର, ଉପାଧ୍ୟକ୍ଷା ହରିପ୍ରିୟା ବିଶ୍ୱାଲ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀମାନଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ତଥା ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା ।


Leave a Reply

Your email address will not be published. Required fields are marked *

error: Content is protected !!