କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସୁମିତ୍ରା କରନ୍‌ଙ୍କୁ ଆର୍ଥିକ ସହାୟତା

0

ବରଗଡ଼,୨୮/୧୨(ସଂସ୍କୃତି ମିଡ଼ିଆ)- ବରଗଡ଼ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାର୍‌ମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନ୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା ଜଣାଇଛନ୍ତି । ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାଞ୍ଜିବାହାଲି ଗ୍ରାମର ଦୁର୍ଯୋଧନ କରନ୍‌ଙ୍କ ସୁପୁତ୍ରି ସୁମିତ୍ରା କରନ୍ ସର୍ବଭାରତୀୟ ସ୍ତରରେ ସର୍ବମୋଟ୍ ୬ଟି ସିଟ୍ ମଧ୍ୟରୁ ଗୋଟିଏ ସିଟ୍ ଅଳଙ୍କୃତ କରି ଆଇ.ଆଇ.ଟି., ବମ୍ବେରେ ଅର୍ଥନୀତିରେ ଡକ୍ଟରେଟ୍ (ପିଏଚ୍‌.ଡି.) କରିବାକୁ ମନୋନୀତ ହୋଇଛନ୍ତି । ଚେୟାର୍‌ମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ସୁମିତ୍ରା କରନ୍‌ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପ୍ରବେଶିକା ଫି ୪୭,୩୫୦/- ଟଙ୍କାର ସହାୟତା ରାଶି ପ୍ରଦାନ କରି ଏହା ବରଗଡ଼ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!