ବଲାଙ୍ଗୀର ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସାଧାରଣ ବୈଠକ 

0

ବଲାଙ୍ଗିର,29/12(ସଂସ୍କୃତି ମିଡ଼ିଆ)-ସ୍ଥାନୀୟ ସଦେଇପାଲି ଠାରେ ବଲାଙ୍ଗିର ଜିଲା ମେଡିକାଲ କର୍ମଚାରୀ ସଂଘର ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମେଡିକାଲ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା କରାଯାଇଥିଲା। ସଙ୍ଘ ର ସଭାପତି ସୋମନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ବଲାଙ୍ଗୀର ଜିଲ୍ଳା କେମିଷ୍ଟ ଏସୋସିଏସନ ର ସଭାପତି ତଥା ଯୁବ ସଂଗଠକ ଲୋଟସ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଓୟୁଯେ ର ସଭାପତି ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି), ସନ୍ତୋଷ ପାଢ଼ୀ ଆଦି ଯୋଗଦେଇ ଥିଲେ l ମେଡିକାଲ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ମୁୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀଓ ନିଜ ଜିଲାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିବା ଡ. ମୁକେଶ ମହାଲିଙ୍ଗଙ୍କ ସହ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଏହା ସହ ସଂଘର ସମ୍ପାଦକ ସୁନୀଲ ମିଶ୍ର, ଉପସଭାପତି ଦିନେଶ ମହାପାତ୍ର, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ହୋତା, କୋଷାଧକ୍ଷ ପ୍ରମୋଦିନୀ ଭରାସାଗର ଓ ନିପୁନ ସାହୁ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ବିଜୟ ଦନ୍ତା, ସପ୍ନେଶ ନନ୍ଦ, ପୂର୍ଣ୍ଣବାସୀ ବିଶି, ପ୍ରେମଶିଳା ମହାନନ୍ଦ, ଲିପ୍ସା ନନ୍ଦ, ପ୍ରେମରାଜ ବିଭାର,ରମଣୀ ରଞ୍ଜନ ପଧାନ, ଶମ୍ଭୁ ବାଗ ଓ ଗଣମାଧ୍ୟମ ପ୍ରଭାରୀ ପ୍ରତୀମନ ଥନାପତି, ସୁରଜ ସାଏ, ଅମୀୟ ପଟେଲ,କପରୁଚନ ଭୋଇ,ଆଦି ଯୋଗଦେଇ ଥିଲେ । ଏଥିରେ ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଳୟ, ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ତଥା ସିଏଚସି ଓ ପିଏଚସିରେ କାର୍ଯ୍ୟରତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ମେଡିକାଲରେ କାର୍ଯ୍ୟ କରିଆସୁଥିବା ବେଳେ ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ଡାକ୍ତରଖାନାରେ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ନିରନ୍ତର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି। ଏହା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି। ଶେଷରେ ସଙ୍ଘ ର ସମ୍ପାଦକ ସୁନୀଲ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!