Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
କୁମେଲସିଂହା କେ. ପି. ସି.ଏଲ ଉଦଯାପିତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

କୁମେଲସିଂହା କେ. ପି. ସି.ଏଲ ଉଦଯାପିତ

0

ଅତାବିରା, 30/12(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲା ଅତାବିରା ବ୍ଲକ କୁମେଲସିଂହାଠାରେ କେ. ପି. ସି. ଏଲ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି l ଉଇନିୟର୍ସ ଟିମ ରୟାଲ ଟାଇଗର ହୋଇ ଥିବା ବେଳେ ସିଦ୍ଦି ଓୟାରିଅର୍ଶ ରନର୍ସ ଅଫ ହୋଇଥିଲେ l

ଏଥିରେ ଅଥଲେଟିକ ଆସୋସିଏସନ ସଭାପତି ସଞ୍ଜୟ ମହାନନ୍ଦ ଅଧକ୍ଷକତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କୁମିଦିନୀ ମହାନନ୍ଦ, ସମ୍ମାନିତ ଅତିଥିଭାବେ ସମିତି ସଭ୍ୟ ବନିତା ନାଗ, ପୂର୍ବତନ ସରପଞ୍ଚ ଜ୍ୟୋତିର୍ମୟୀ ନାୟକ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ମୀରା ବଘାର, ବରଗଡ ଜ଼ିଲ୍ଲା ପୂର୍ବତନ ଆଇ. ପି. ଇ ତଥା କୁମେଲସିଂହା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ ତ୍ରିଲୋକ୍ୟ ନାୟକ, ଗ୍ରାମ୍ୟ କମିଟି ସଭାପତି ପ୍ରେମରାଜ କମ୍ପ, ରାମବାବୁ ଯୋଗଦାନ କରିଥିଲେ l ଚମ୍ପିୟାନ ଓ ରନର୍ସ ଅଫ ଦଳର ଖେଳାଳିମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ l ଏହି ଅବସରରେ ସ୍ୱତନ୍ତ୍ର ଭାବରେ ଗାଁ ର ଗର୍ବ ଓ ଗୌରବ ତଥା କୁମେଲସିଂହା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଲୋପାମୁଦ୍ରା ବିଶି ଙ୍କୁ କେ. ପି. ସି.ଏଲ ତରଫରୁ ସ୍ୱତନ୍ତ୍ର ଭାବରେ ପୁଷ୍ପ ଗୁଛ ଓ ଉପଢୌନ ଦେଇ ସମ୍ମାନିତ କରିଥିଲେ l ପରମେଶ୍ୱର ସାହୁ ଓ ବିମଲ ବାଙ୍କା ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ଟିଙ୍କୁ ଉଗର, ବିଜୁ ମହାନନ୍ଦ, ହାଡୁ କର୍ଣ୍ଣ ସ୍କୋରର ଓ ଧାରା ବିବରଣୀ ପ୍ରଦାନ କରିଥିଲେ l ଶେଷରେ ବିନୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେl ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

 

 


Leave a Reply

Your email address will not be published. Required fields are marked *

error: Content is protected !!