Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଅତାବିରାରେ ପାଚିକା ଓ ସହାୟିକା ଙ୍କ ପ୍ରଶିକ୍ଷଣ ଶିବିର – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଅତାବିରାରେ ପାଚିକା ଓ ସହାୟିକା ଙ୍କ ପ୍ରଶିକ୍ଷଣ ଶିବିର

0

ସରଣ୍ଡା, 31/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଉଚ୍ଚ ବିଦ୍ୟାଳୟ ଅତାବିରା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ଅତାବିରା ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ପାଚିକା ଓ ସହାୟିକା ଙ୍କ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଅଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ସମ୍ମାନୀତ ଅତିଥି ରୂପେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ରବିନାରାୟଣ ମିଶ୍ର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା, ଆଇ.ସି.ଏସ.ଡି.ଏସ. ସୁପରଭାଇଜର ଇପ୍ସିତା ମିଶ୍ର ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଛଅଟି ବ୍ୟାଚ୍ ରେ ହୋଇ ଥିଲା । ସାଧନ କର୍ମୀ ଭାବେ ସି.ଆର.ସି.ସି. ଋଷୁଭ ପଣ୍ଡା,କୃତାର୍ଥ ଚନ୍ଦ୍ର ଭୁଏ ,ରଞ୍ଜନ ବାଗ, ସିତାପତି ପ୍ରଧାନ, ଧରମ ନାଏକ,କେଶବ ଛନ୍ଦ, କିଚକ ସୁନା, ତ୍ରିଲୋଚନ ସେଠ୍,ଜୟଦେବ ନାଏକ,ରାଜୀବ ବିଶ୍ଵାଳ,ଭକ୍ତ କହ୍ନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର, ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ପାଚିକା ସହାୟିକାଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ସତ୍ୟବାନ୍ ସାହୁ, ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ବି.ଆର୍. ଟି. ବଳରାମ ନାଗ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!