Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଟିବିଡବ୍ଳ୍ଯୁ ଷ୍ଟୁଡେଣ୍ଟସ କ୍ରିକେଟ ଲିଗ୍ ରେ ଭଟଲି ବ୍ଳକର ସଫଳତା – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଟିବିଡବ୍ଳ୍ଯୁ ଷ୍ଟୁଡେଣ୍ଟସ କ୍ରିକେଟ ଲିଗ୍ ରେ ଭଟଲି ବ୍ଳକର ସଫଳତା

0

ଭଟଲି, 31/12(ସଂସ୍କୃତି ମିଡ଼ିଆ)-କଟକ ଛତିଆସ୍ଥିତ ଅମୋଘା ମେଗା ସ୍କାଇ ବକ୍ସ କ୍ରିକେଟ ଷ୍ଟାଡିୟମରେ ଟିବିଡବ୍ଳ୍ଯୁ ଷ୍ଟୁଡେଣ୍ଟସ କ୍ରିକେଟ ଲିଗ୍ ର ଦ୍ବିତୀୟ ସଂସ୍କରଣରେ ଭଟଲି ବ୍ଳକର ଇଲାଇଟ୍ ଏଚିଭର୍ସ କ୍ରିକେଟ ଦଳ ଅଂଶଗ୍ରହଣ କରି ବଡମ୍ବା କଟକ,ବଲାଙ୍ଗୀର, ବ୍ରହ୍ମପୁର ଓ କନ୍ଧମାଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଓ କଟକ ଠାରୁ ପରାସ୍ତ ହୋଇ ରନର୍ସ ଅଫ ହୋଇ ଥିଲା। ଦଳର ଅଧିନାୟକ ରାଜା ପ୍ରଧାନ ତିନୋଟି ଶତକ ଓ ଉପ ଅଧିନାୟକ ପ୍ରଜ୍ଞାନ ପ୍ରୟାସ ପଟେଲ ଦୁଇଟି ଶତକ ସାହିଲ କୁମ୍ଭାର ଗୋଟିଏ ଶତକ ଅର୍ଜନ କରି ଦଳକୁ ଆଗକୁ ନେଇଥିଲେ। ଭଟଲି ବିଇଓ ସରୋଜ କୁମାର ଭୁଏ ଦଳର ମ୍ୟାନେଜର ଦାୟିତ୍ବ ବହନ ସହ ପିଲାମାନଙ୍କୁ ଉତ୍ସାହିତ କରି ଏହି ସଫଳତା ପାଇବାରେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ। ଭଟଲି ଦଳକୁ ଟ୍ରଫି,ନଗଦ ରାଶି ସହ ରାଜା ପ୍ରଧାନ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ସହ ଟ୍ରଫି ଓ ନଗଦ ରାଶି ଓ ପ୍ରଜ୍ଞାନକୁ ଶ୍ରେଷ୍ଠ ଅଲରାଉଣ୍ଡର ର ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦଳ ବରଗଡ ପହଞ୍ଚିବା ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଡିଇଓ ରାଧାକାନ୍ତ ଛତ୍ରୀ,ଏଡିଇଓ ଜ୍ଯୋତିକାନ୍ତ ସାହୁ,ବରଗଡ ବିଇଓ ଡ.ସୁରେନ୍ଦ୍ର କୂମାର ସାହୁ,ବିଜ୍ଞାନ ନିରୀକ୍ଷକ ଧିରଜ ପଟ୍ଟନାୟକ,ରଶ୍ମିରଞ୍ଜନ ରାଉତ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ। ଠିକ୍ ସେହିପରି ଭଟଲି ବ୍ଳକର ଶିକ୍ଷକ ସଂଘର ସଭାପତି ଯୋଗେଶ୍ବର ପ୍ରଧାନ,ନେତ୍ରାନନ୍ଦ ମେହେର ,ଉପେନ୍ଦ୍ର ଖମାରୀ,ଲୋକନାଥ ମେହେର ବିଭୂତିଭୂଷଣ ଦାଶ, ଉଚ୍ଛବ ଭୁଏ,ରଞ୍ଜିତ ନାଏକ, କୈଳାଶ ଭୁଏ ପ୍ରମୁଖ ପହଞ୍ଚି ଖେଳାଳୀ ତଥା ଦଳର କୋଚ୍,ମ୍ୟାନେଜରଙ୍କୁ ସମ୍ବର୍ଦ୍ଧିତ ଓ ସ୍ବାଗତ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!