ଭଟଲିରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେରଙ୍କ ଯୋଗଦାନ

0

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

ଭଟଲି, ୨।୧(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀଯୁକ୍ତ ପ୍ରମୋଦ ମେହେର ବୁଧବାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ ବରପାଲି ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ପରେ ଅତାବିରା ବିଡ଼ିଓ ଭାବରେ ବରଗଡ଼ ଜିଲ୍ଲାରେ କାର୍ଯ୍ୟ କରିଥିଲେ । ଗତ ୩୧ ତାରିଖରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅଧିସୂଚନା ବାହାରିବା ପରେ ନୂତନ ବର୍ଷର ପ୍ରଥମ ଦିନରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ଭଟଲି ବ୍ଲକ ବିଡ଼ିଓ ଶ୍ରୀମତି ସରୋଜା ବେହେରାଙ୍କ ରାଜବୋରାସମ୍ବର୍ ବ୍ଲକକୁ ବଦଳି ହୋଇଛି । ଭଟଲି ବରିଷ୍ଠ ନାଗରିକ ସଂଘର ସଭାପତି ବାଙ୍କା ବିହାରୀ ମିଶ୍ର, ସମ୍ପାଦକ ଜଗଦୀଶ ସାହୁ, ମୋତିଲାଲ ବନଛୋର ସମେତ ସଭ୍ୟମାନେ ନୂତନ ବିଡ଼ିଓଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସ୍ୱାଗତ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!