ମନୋହର ସାହିତ୍ୟ ସାଂସଦ ତରଫରୁ 34 ତମ ବଛର୍କିଆ

0

ସୋହେଲା, 25/1(ସଂସ୍କୃତି ମିଡ଼ିଆ )-55 ତମ ଜାତୀୟ ବାର୍ଷିକ ସମ୍ବଲପୁରୀ ଭେଟ ଘାଟ  କାର୍ଯ୍ୟକ୍ରମ ସୋହେଲା ଚିତା ଖାଇ ଠାରେ ଅଯୋଜିତ ହୋଇଅଛି। କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ସ୍ୱାଗତ, ଗ୍ରାମ ଶୋଭାଯାତ୍ରା, ସହିଦ ପିଠ ରେ ପୂଜାର୍ଚନା ପରେ ଉତ୍ପନ୍ନ ଭୋଇ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଫେସର କେଶରଞ୍ଜନ ପଧାନ,ପଦ୍ମଶ୍ରୀ ହଳଧର ନାଗ, ସନ୍ତୋଷ ପଣ୍ଡା, ସୁଶାନ୍ତ ମିଶ୍ର, ରମେଶ ମହାପାତ୍ର, ସହିଦ ମମୋହର ସିଂ ଙ୍କ ଦାୟାତ ଦମ୍ପତି ଅଶୋକ ସିଂ, ଜ୍ୟୋସ୍ନାମୟୀ ସିଂ ମଂଚାସୀନ ହୋଇଥିଲେ। ମନୋହର ସମ୍ମାନ ରେ ବିଭୁଦତ୍ତ ପ୍ରମୋଦ ମିଶ୍ର, ପ୍ରଫୁଲ୍ଲ ଦାସ, ସୁଶୀଲ ମେହେର, ନାରାୟଣ ଭୋଇ ଙ୍କୁ ସମ୍ମାନିତ କରାଯାଇଛି। ସମ୍ବଲପୁରୀ ଭେଟ ଘାଟ କାର୍ଯ୍ୟକ୍ରମ ରେ ମହାନ ସୁପୁତ୍ର ବୀର ସୁରେନ୍ଦ୍ର ସାଏ ଏବଂ ସୁବାସ ବୋଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଭାରେ ଆଲୋଚନା, ପର୍ଯ୍ୟାଲୋଚନା, ନାଚ, ଗୀତ  କବିତା ଅସର ମାଧ୍ୟମରେ ସମ୍ବଲପୁରୀ ଭାଷା ଙ୍କୁ ସାମ୍ବିଧାନିକ ମାନ୍ୟତା, ଦ୍ୱତୀୟ ରାଜ୍ୟ ଭାଷା ମାନ୍ୟତା, ଜନଜୀବନ ସମସ୍ୟା, ଆଞ୍ଚଳିକ ବିଷମତା, କୁସସ୍କାର ପ୍ରସଙ୍ଗ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ। ପଶ୍ଚିମ ଓଡିଶା ବାସୀଙ୍କୁ 2026 ଜନ ଗଣନା ରେ ସମସ୍ତ ଙ୍କୁ ସମ୍ୱଲପୁରୀ ପରିଚୟ ଦେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ଙ୍କୁ ଗ୍ରାମ ବାସୀ ଅତି ଆନନ୍ଦ ସହିତ ଉପଭୋଗ କରିଥିଲେ ଏବଂ ଗ୍ରାମ ବାସୀ ଘନଶ୍ୟାମ ଭୋଇ, ଗୋକୁଳା ଭଇଁଶାଲ, ଗୌରହରୀ ଭୋଇ, ପ୍ରେମରାଜ ମହାନନ୍ଦ , ଦିଲୀପ ଭୋଇ, ହରିବୋଲ ଭୋଇ, ନାରାୟଣ ଝାଙ୍କର, ସନାତନ ଝାଙ୍କର ସହଯୋଗ ର ନେତୃତ୍ୱ ନେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!