ବିଶ୍ଵ କର୍କଟ ଦିବସ : ସଚେତନତା ମାରାଥନ ରାଲି ପାଇଁ ପ୍ରସ୍ତୁତି ଚୂଡାନ୍ତ // ମୁଖ୍ୟ ଅତିଥିଭାବେ ଯୋଗ ଦେବେ ଅତାବିରା ବିଧାୟକ ନିହାର ମହାନନ୍ଦ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 35;
ଅତାବିରା ,୩ /୨(ସଂସ୍କୃତି ମିଡ଼ିଆ ): ଆସନ୍ତା ୪ତାରିଖରେ ବିଶ୍ଵ କର୍କଟ ଦିବସ ପାଳନ କରାଯିବ । ଏହି ଅବସରରେ ଆସନ୍ତାକାଲି ମଙ୍ଗଳବାର ଅତାବିରାରେ ଏକ କର୍କଟ ସଚେତନତା ପଦଯାତ୍ରା ମାରାଥନ ରାଲି ର ଆୟୋଜନ ପାଇଁ ସ୍ଥାନୀୟ ଅଗ୍ରସେନ ଭବନଠାରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଯୁଧିଷ୍ଠିର ମହାପାତ୍ରଙ୍କ ସଂଯୋଜନାରେ ରବି ପଣ୍ଡାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି l ଏଥିରେ ୪ତାରିଖ ସକାଳ ଘ ୭.୩୦ମି. ଅଗ୍ରସେନ ଭବନରୁ ଏକ ଶୋଭାଯାତ୍ରା ବାହାରି ଦୂର୍ଗାମନ୍ଦିରରେ ସମାପ୍ତ ହେବ । ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ସବୁଜ ପତାକା (ଫ୍ଲାଗ୍ ଅଫ) ଦେଖାଇ ଅତାବିରା ମହାବିଦ୍ୟାଳୟ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ବାଳିକା ଓ ଉଚ୍ଚ ବିଦ୍ୟାଳୟ,ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ସମେତ ଅତାବିରାର ବିଭିନ୍ନ ସାମାଜିକ ସଂଗଠନ ଶୋଭାଯାତ୍ରାରେ ଯୋଗଦେବେ । ପ୍ରସ୍ତୁତି ବୈଠକରେ ଅଶ୍ଵିନୀ ଦର୍ଜି,ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଟିକେଲାଲ ଚାନ୍ଦ,ବେଣୁଧର ମିଶ୍ର,ଅରୁଣ ବାରିକ,ଡ଼ା.ପ୍ରକାଶ ମିଶ୍ର,ବୀରେନ୍ଦ୍ର କର,ସୁରେନ୍ଦ୍ର ସ୍ବାଇଁ,ଯୁବରାଜ ପ୍ରଧାନ,ଉମେଶ ଅଗ୍ରୱାଲ,ଥାନା ଅଧିକାରୀ ସୁକୁମାର ତ୍ରିପାଠୀ,ଦୀପକ ଶର୍ମା,ସୁରେଶ ଦାଶ,ସୁରେନ୍ଦ୍ର କଠାର,ଖିରୋଜ ନାୟକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କୀର୍ତ୍ତନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।