ନବ ନିର୍ମିତ ଯଦୁମଣି ପ୍ରଧାନ ଅଡ଼ିଟୋରିୟମର ଶୁଭ ଉଦଘାଟନ ପାଇଁ ପ୍ରସ୍ତୁତି ବୈଠକ

0

ବରଗଡ଼, 6/2(ସଂସ୍କୃତି ମିଡ଼ିଆ)-ପୂର୍ବତନ ବିଧାୟକ ସ୍ବର୍ଗତ ଯଦୁମଣି ପ୍ରଧାନ ଙ୍କ ନାମ ରେ ନବ ନିର୍ମିତ ଅଡ଼ିଟୋରିୟମର ଶୁଭ ଉଦଘାଟନ ଆସନ୍ତା ୯ ତାରିଖ ରେ ହେବାକୁ ଥିବାରୁ ଏହାର ଭବ୍ୟ କାର୍ଯ୍ୟକ୍ରମ ନିମନ୍ତେ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ପୁରୁଣା କଚେରୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିନ ସକାଳ ୯ ଟା ସମୟ ରୁ ସ୍ବର୍ଗତ ଯଦୁମଣି ପ୍ରଧାନଙ୍କ ବାସଭବନ ରୁ ବାହାରି ବାଇକ ରେଲି ରେ ସହର ପରିକ୍ରମା କରି କୃଷକ ବଜାର ପ୍ରେକ୍ଷାଳୟ ପରିସର କୁ ପହଂଚିବା ପାଇଁ ସ୍ଥିର କରାଯାଇଅଛି। ଏଥିରେ ବରଗଡ଼ ର ସମସ୍ତ ସାମାଜିକ, ସାଂସ୍କୃତିକ, ଶିକ୍ଷା ଅନୁଷ୍ଠାନ ଓ ଯଦୁ ପ୍ରେମୀ ମାନଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଅଛି। ନବ ନିର୍ମିତ ଅଡ଼ିଟୋରିୟମର ନାମ ସ୍ବର୍ଗତ ଯଦୁମଣି ପ୍ରଧାନଙ୍କ ନାମ ରେ ନାମିତ କରି ଥିବାରୁ ବରଗଡ ନାଗରିକ ମଞ୍ଚ ପକ୍ଷରୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଉକ୍ତ ବୈଠକ ରେ ଯଦୁ ବାବୁଙ୍କ ଦୁଇ ପୁଅ ଆନନ୍ଦ ପ୍ରଧାନ ଓ ମନୋହର ପ୍ରଧାନ ଙ୍କ ସମେତ ମଞ୍ଚ ର ଉପଦେଷ୍ଠା ଭୀଷ୍ମଦେବ ସରାଫ, ବୀରେନ୍ଦ୍ର ପ୍ରଧାନ ଙ୍କ ସମେତ ଅନ୍ୟ ସଦସ୍ୟ ମଧ୍ୟରେ କିଶୋର ସାହୁ, ପୃଥିବୀରାଜ ଭୋଇ, ନିଖିଳ ପାଣିଗ୍ରାହୀ,ଟିଙ୍କୁ ନନ୍ଦ, ସୁବାଷ ଭୋଇ, ଭବାନୀ ସାହୁ, ବିକାଶ ଅଗ୍ରୱାଲ, ନିତ୍ୟାନନ୍ଦ ବାଗ, ଗଙ୍ଗା ପୂଜାରୀ, ସରୋଜ ନାଏକ, ଫିରୋଜ ଖାନ, ଲଳିତ ପ୍ରଧାନ, ସମେନ ଲାଲ ଦାଉ, ସୁଦାମ ସାହୁ, ଲାଲା ଦୀପ, ଶ୍ରବଣ ଶର୍ମା, ରମେଶ ବେହେରା ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!