ବରଗଡ଼ : ବିଶ୍ଵ କର୍କଟ ଦିବସରେ ସଚେତନତା ମାରାଥନ ପଦଯାତ୍ରା

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;
ସରଣ୍ଡା,,୪/୨ (ସଂସ୍କୃତି ମିଡ଼ିଆ ):ବିଶ୍ଵ କର୍କଟ ଦିବସ ଅବସରରେ ଫାଇଟର ଗ୍ରୁପ ବରଗଡ଼ର ଆହ୍ବାନକ୍ରମେ ଏବଂ ଓୟୁଜେ- ଜାଵ ଅତାବିରା ଶାଖାର ଆୟୋଜନରେ ଏକ ସଚେତନତା ମାରାଥନ ପଦଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନରୁ ବାହାରିଥିବା ପଦଯାତ୍ରାକୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ଅତାବିରା ଦୁର୍ଗାମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଆସନ୍ତୁ ଆମେ ସମସ୍ତେ ମିଳିମିଶି କେନସର ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ କେନସର ବିରୋଧରେ ଲଢେଇ କରିବା । ଆମ ବରଗଡ଼ ଜିଲ୍ଲାକୁ କେନସର ଠାରୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଏହି ପଦଯାତ୍ରା କରାଯାଇଥିଲା l ସର୍ବ ସମ୍ମତି କ୍ରମେ ଅତାବିରା ଅଞ୍ଚଳରୁ ପ୍ଲାଷ୍ଟିକ ଓ କାଗଜ ଚା’ କପ ବନ୍ଦ କରିବା ପାଇଁ ପରବର୍ତ୍ତୀ ସମୟରେ ଆୟୋଜକଙ୍କ ସହ ମିଶି ବରଗଡ଼ ଜିଲାପାଳ ଙ୍କୁ ଏକ ଦାବୀ ପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଥିଲା lଏଥିରେ ଅତାବିରା ମହାବିଦ୍ୟାଳୟ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଲାଦରପାଲି, ଅତାବିରା ସରସ୍ପତି ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀଶିକ୍ଷକ ଙ୍କ ସମେତ ଅତାବିରା ବରିଷ୍ଠ ସଂଘ ପକ୍ଷରୁ ବେଣୁଧର ମିଶ୍ର, ବଣିକ ସଂଘରୁ ବୃନ୍ଦାବନ ମିଶ୍ର, ଅବସରପ୍ରାପ୍ତ ସୈନିକ ସଂଘର ଅରୁଣ ବାରିକ, ଆମ ସହର ଦାୟୀତ୍ବ ଆମର ଶେଷଦେବ ନାୟକ, ଓଡ଼ିଶା ରାଜ୍ୟ କୃଷକ ସଂଗଠନରୁ ବୀରେନ୍ଦ୍ର କର, ଡ୍ରଗିଷ୍ଟ ଓ କେମିଷ୍ଟ ସଂଘ ପକ୍ଷରୁ ପ୍ରକାଶ ମିଶ୍ର, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା.ଚିତ୍ତରଞ୍ଜନ ଜେନା, ତପନ ବାଗ, ମାରୱାଡ଼ି ସମାଜ ଉମେଶ ଅଗ୍ରୱାଲ, ବିଜେପି ଅତାବିରା ନଗର ସଭାପତି ସତୀଶ ଚୌଧୁରୀ, ସୁରେନ୍ଦ୍ର ସ୍ୱାଇଁ, ବଳରାମ ସାହୁ, ଅତାବିରା କାଉନସିଲର ଦୀପକ ରାୟ,ଜାବ ଅତାବିରାର ସୁରେଶ ଦାଶ, ସଂଯୋଜକ ଯୁଧିଷ୍ଠିର ମହାପାତ୍ର, ସୁରେନ୍ଦ୍ର କଠାର,ନରେନ୍ଦ୍ର ଦାଶ, କୀର୍ତ୍ତନ ବିଶ୍ଵାଳ, ସୁଜିତ କୁମାର ଦାଶ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଗ୍ରଣୀ ଅନୁଷ୍ଠାନ ସଦସ୍ୟ ସହଯୋଗ କରିଥିଲେ ।
ଫାଇଟର୍ସ ଗୃହର ଚେୟାରମ୍ୟାନ ଅଶ୍ବିନୀ ଦର୍ଜୀ, ସଭାପତି ପ୍ରସନ୍ନ ମିଶ୍ର ଏବଂ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାର ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଅନୁରୂପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜକ ଫାଇଟର୍ସ ଗୃହର ଚେୟାରମ୍ୟାନ ଅଶ୍ବିନୀ ଦର୍ଜୀ, ସଭାପତି ପ୍ରସନ୍ନ ମିଶ୍ର ଏବଂ ଅନ୍ୟ ସଦସ୍ୟମାନେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାର ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଅନୁରୂପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।