ଅତାବିରା ଏମ୍. କେ ନଗରରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପର୍ଣ୍ଣ 

0

ଅତାବିରା,10/2( ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା କଲେଜ ଛକ ସ୍ଥିତ ଏମ୍. କେ ନଗର ଠାର ଅଷ୍ଟ ପ୍ରହରୀ ନାମଯଜ୍ଞ ରବିବାର ମହା ଆଡ଼ମ୍ବରରେ ସମ୍ପୂର୍ଣ୍ଣ ହୋଇଯାଇଛି l କଳସ ଯାତ୍ରା ସହ ଶନିବାର ଏହି ନାମଯଜ୍ଞ ଉଦଘାଟିତ ହୋଇଥିଲା l 12 ବର୍ଷରେ ପଦାର୍ପଣ କରିଥିବା ଏହି ନାମଯଜ୍ଞ 25 ବର୍ଷ ପାଇଁ ସଂକଳ୍ପ କରାଯାଇଥିବା ନାମଯଜ୍ଞ ପରିଚାଳନା କମିଟି ସଭ୍ୟ ଚନ୍ଦା ଚରଣ ମେହେର ପ୍ରକାଶ କରିଛନ୍ତି l ପଣ୍ଡିତ ସଞ୍ଜୟ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ନାମଯଜ୍ଞରେ ଏକଲବ୍ୟ ବାରିକ ଓ ତାଙ୍କ ପତ୍ନୀ ଯୋଗେଶ୍ୱରୀ ବାରିକ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ l ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରି ଭଗବାନଙ୍କ ଦର୍ଶନ କରିବା ସହ ମହା ପ୍ରସାଦ ଗ୍ରହଣ କରି ଥିଲେ l କମିଟିର ସଭାପତି ବିଭୁତି ଭୂଷଣ ପ୍ରଧାନ, ସମ୍ପାଦକ ଜୟ କୁମାର ସାହୁଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ l

ରେମଣ୍ଡା ଓ ଯୁଗୀପାଲି ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ନାମ କୀର୍ତ୍ତନ୍ୟ କରି ନଗର ପରିକ୍ରମା କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!