ବୀର ସହୀଦ ଜନାର୍ଦ୍ଦନ ସିଂହଙ୍କ ସ୍ମୃତିରେ ମଶାଳ ଯାତ୍ରା ସହ ତୋରଣ ପାଇଁ ଶିଳାନ୍ୟାସ କଲେ ବିଧାୟକ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 53;
ଅତାବିରା ବିଏସଏନଏଲ ଛକରେ ସହିଦ ବୀର ଜନାର୍ଦ୍ଦନ ସିଂହ ଙ୍କ ମାର୍ଗ ତୋରଣ ଶୁଭ ଶିଲାନ୍ୟାସ ସ୍ଥାପନ କଲେ ବିଧାୟକ
ପାହାଡ଼ଶ୍ରୀଗୀଡାରୁ ଅତାବିରା ବିରାଟ ମଶାଳ ଶୋଭାଯାତ୍ରା
ସରଣ୍ଡା,11/2( ସଂସ୍କୃତି ମିଡ଼ିଆ ) – ବରଗଡ଼ ଜିଲା ଅତାବିରା ବିଏସଏନଏଲ ଛକ ସ୍ଥିତ ପାହାଡ଼ଶ୍ରୀଗୀଡା ରାସ୍ତା ପ୍ରାରମ୍ଭରେ ବୀର ସହୀଦ ଜନାର୍ଦ୍ଦନ ସିଂହ ଙ୍କ ସ୍ମୃତିରେ ତୋରଣ ନିର୍ମାଣ ପାଇଁ ମଙ୍ଗଳବାର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଶିଳାନ୍ୟାସ କରିଛନ୍ତି l ଏହି ଅବସରରେ ପାହାଡ଼ଶ୍ରୀଗୀଡା ରୁ ଅତାବିରା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସ୍ଥଳ ଦେଇ ବିଏସଏନଏଲ ଛକ କୁ ଏକ ବିରାଟ ମଶାଳ ଶୋଭାଯାତ୍ରା ପହଞ୍ଚି ଥିଲା l
ମଙ୍ଗଳବାର ମଧ୍ୟାହ୍ନ ସାଢେ ବାରଟା ସମୟରେ ବରଗଡ ଜିଲା ଅତାବିରା ବିଏସଏନଏଲ ଛକ ଠାରେ ସ୍ଥାନୀୟ ପାହାଡ଼ଶ୍ରୀଗୀଡା ଜମିଦାର ସହିଦ ବୀର ଜନାର୍ଦ୍ଦନ ସିଂହ ମାର୍ଗ ତୋରଣ ଶୁଭ ଶିଲାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ଯୋଗଦେଇ ନଡିଆ ଫଟାଇ ଶୁଭ ଶିଲାନ୍ୟାସ କରିଥିଲେ |
ଶିଲାନ୍ୟାସ ସମୟରେ ପାହାଡ଼ଶ୍ରୀଗୀଡ଼ା ଜମିଦାର ବୀର ସହୀଦ ଜନାର୍ଦ୍ଦନ ସିଂ ଙ୍କ ବଂଶଧର ଅର୍ଜିତ ସିଂହ, ଅତାବିରା ତହସିଲଦାର କେ. ରିଚି କୁମ୍ଭାର, ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ବିଜେପି ନଗର ସଭାପତି ସତିଶ ଚୌଧୁରୀ , ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ, ବିଜେପି ମଣ୍ଡଳ ସଭାପତି ବିକାଶ ଗଡତିଆ, ପୁଷ୍ଫକ ଗାଇଗରିଆ, ନିରୋଜ ବାରିକଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା, ପାହାଡଶ୍ରୀଗିଡା ଗ୍ରାମବାସୀ ମିଳନ ସେଠ୍, ଅରବିନ୍ଦ ପାତ୍ର, ଜିତେନ୍ଦ୍ର ମେହେର ଏବଂ ଅତାବିରା ଅଂଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ | ସହୀଦ ବୀର ଜନାର୍ଦ୍ଦନ ସିଂହ 1858 ମସିହା ଫେବୃଆରୀ 12 ତାରିଖ ଦିନ ଇଂରେଜ ସାଶନ ସମୟର ଜୈନିକ କ୍ୟାପଟନଙ୍କ ସହ ସାହାସିକତାର ଯୁଦ୍ଧ କରି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ l ଏହା ସହ ସମ୍ପୃକ୍ତ କ୍ୟାପଟନ ଙ୍କୁ ଓଲଟାଇ ପୋତି ଟାଙ୍ଗୀ ଦେଇ ନିଜ ବୀରତ୍ୱର ପରିଚୟ ଦେଇଥିଲେ l ଏହି ସ୍ମୃତିକୁ ମନେ ରଖିବା ପାଇଁ ପାହାଡ଼ଶ୍ରୀଗୀଡ଼ା ଗ୍ରାମବାସୀ ପ୍ରତି ବର୍ଷ ଫେବୃଆରୀ 12 ତାରିଖ ବୀରତା ଦିବସ ପାଳନ କରିଥାନ୍ତି l ଆସନ୍ତାକାଲି ବୁଧବାର ବୀରତା ଦିବସ ପାହାଡ଼ଶ୍ରୀଗୀଡ଼ା ଗ୍ରାମରେ ପାଳନ କରାଯିବ l ଏହାର ଅଵ୍ୟବହିତ ପୂର୍ବରୁ ସୋମବାର ଏଭଳି ମଶାଳ ଯାତ୍ରା ବୀର ସହୀଦ ଜନାର୍ଦ୍ଦନ ସିଂ ଙ୍କୁ ଯଥାମାନ୍ୟ ସଂମ୍ମାନ ସହ ସ୍ମୃତି ଚାରଣ କରିବା ଆମର କର୍ତ୍ତବ୍ୟ ଥିଲା l ସେ ଆମ ମାଟି ପାଇଁ ସାହାସିକତାର ସହ ଇଂରେଜ ମାନଙ୍କ ସହ ଲଢେ଼ଇ କରିଛନ୍ତି ସେହି ବରପୁତ୍ରଙ୍କ ସ୍ମୃତିରେ ତାଙ୍କ ନାମରେ ‘ ବୀର ଜନାର୍ଦ୍ଦନ ସିଂହ ମାର୍ଗ ‘ ତୋରଣର ଶିଳାନ୍ୟାସ କରାଯାଇଛି ବୋଲି ମୁଖ୍ୟ ଅତିଥି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରକାଶ କରିଥିଲେ l
ସକାଳ 10ଟାରୁ ପାହାଡ଼ଶ୍ରୀଗୀଡା ଗ୍ରାମରୁ ଏକ ମଶାଲ ଶୋଭାଯାତ୍ରା ଅତାବିରା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚିବା କ୍ଷଣି ଅତାବିରା ବିଧାୟକ ମଶାଲ ଗ୍ରହଣ କରିଥିଲେ l ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ମଶାଲ ଶୋଭାଯାତ୍ରା ବିଏସଏନଏଲ ଛକ କୁ ପହଞ୍ଚିଥିଲା l ଶୋଭାଯାତ୍ରାରେ ଖଣ୍ଡା, ତରବାଲ, ଟାଙ୍ଗିଆ ଆଦି ପ୍ରଦର୍ଶନ କରାଯାଇଥିବା ବେଳେ ବାଜା ଗଜା ସହ ବୀର ସହୀଦ ଜନାର୍ଦ୍ଦନ ଅମର ରହେ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା ଅତାବିରା l ସେଠାରେ ଉପସ୍ଥିତ ଜନତାଙ୍କୁ ବିଧାୟକ ଉଦବୋଧନ ଦେଇ ତୋରଣର ଶିଳାନ୍ୟାସ କରିଥିଲେ l