ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ଫ୍ରେଣ୍ଡସ କ୍ଳବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିରକୁ ହରାଇ କଦଳୀପାଳି ବରଗଡ଼ ବିଜୟୀ
ବଲାଙ୍ଗିର,10/2 (ସଂସ୍କୃତି ମିଡ଼ିଆ )- ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ଦ୍ଵିତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ଉଦଘାଟିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥିଭାବରେ ବଲାଙ୍ଗିର ପୌରପରିଷଦରେ ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥିଭାବରେ ଉପଜିଲ୍ଲାପାଳ ଆଲୋକ ପଟେଲ ଉପସ୍ଥିତ ରହି ଆଜିର ଦ୍ଵିତୀୟ ରାଜ୍ୟ ସ୍ତରୀୟ ମ୍ୟାଚକୁ ଉଦଘାଟନ କରିଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନରେ ସମ୍ପାଦକ ଜଗନ୍ନାଥ ମିଶ୍ର ଓ କୋଷାଧକ୍ଷ ରଞ୍ଜିତ ବେହେରା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଓ ମଧୁ ଵନଛୋର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ପ୍ରଥମ ଦିନରରେ ପ୍ରସିଦ୍ଧ ଫୁଟବଲ ଖେଳାଳି ଡା. ସିଦ୍ଧେଶ୍ୱର ମିଶ୍ର ଓ ଜାତୀୟ ବ୍ୟାଟମିଟନ ଦିବ୍ୟମ କେଜ୍ରିୱାଲଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ସଂଜୀବ ମହାରଣା, ସୁଦର୍ଶନ ସେଠ୍, ରାଜେନ୍ଦ୍ର ଧରୁଆ, ଦେବାଶିଷ ବାଗ ଓ ନର୍ସିଙ୍ଗ ସ୍ୱାମୀ ନାଇଡ଼ୁ ଖେଳକୁ ପରିଚଳନା କରିଥିଲେ l ପ୍ରଥମାର୍ଦ୍ଧ ଖେଳରେ କଦଳୀପାଲି ବରଗଡ଼ ଗୋଟେ ଗୋଲରେ ଆଗରେ ରହିଥିଲା l ଦ୍ବିୟାଦ୍ଧରେ ଖେଳରେ କଦଳୀପାଳି ଦଳ ପୁନଃ ଏକ ଗୋଲ ଦେଇ ଦଳକୁ ଦୁଇ ଶୂନରେ ଅଗ୍ରଣୀ କରାଇଥିଲେ l ଶେଷରେ ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିରକୁ ହରାଇ କଦଳୀପାଳି ବରଗଡ଼ ଦୁଇ ଶୂନ ଗୋଲରେ ବିଜୟ ହାସଲ କରିଥିଲା l ଆଜିକାର ଜଣେ ଭାଗ୍ୟ ସାଳି ଦର୍ଶକ ବବି ଚନ୍ଦନ ଲଟେରୀ କୂପନ ଦ୍ୱାରା ଏକ ହାତ ଘଣ୍ଟା ପୁରସ୍କାର ପାଇଥିଲେ l ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା, ଆକାଶ ମିଶ୍ର,ମନୋଜ ଦୀପ, ପ୍ରଦୀପ ସିଂହ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ସମୁନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରାମ ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, କିଶୋର ଜୁଏଡ଼,ସନତ ତ୍ରିପାଠୀ, ମଣ୍ଟୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ମଙ୍ଗଳବାର ସ୍ପୋର୍ଟ ହଷ୍ଟେଲ ମୟୁରଭଞ୍ଜ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ମଧ୍ୟରେ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l