ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଦ୍ଵିତୀୟ ଦିବସ : ସୁନ୍ଦରଗଡ ସେମିରେ

ଫ୍ରେଣ୍ଡସ କ୍ଳବ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଦ୍ଵିତୀୟ ଦିବସରେ
ମୟୁରଭଞ୍ଜ ସ୍ପୋର୍ଟ ହଷ୍ଟେଲ କୁ ହରାଇ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ସେମିରେ
ବଲାଙ୍ଗିର, 11/2(ସଂସ୍କୃତି ମିଡ଼ିଆ )– ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ଦ୍ଵିତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥିଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ସମ୍ମାନିତ ଅତିଥିଭାବରେ ବରିଷ୍ଠ ଆଇନ ଜୀବି ତଥା କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର,ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ, ଯୁବ ସଂଗଠକ ଚିତ୍ତ ରଞ୍ଜନ ରାଉଳଙ୍କ ସମେତ ସମ୍ପାଦକ ଜଗନ୍ନାଥ ମିଶ୍ର ଓ ରଞ୍ଜିତ ବେହେରା ମଞ୍ଚାସିନ ଥିଲେ l ଅତିଥିମାନଙ୍କୁ ଅନୁଷ୍ଠାନରେ କର୍ମକର୍ତା ଉପଢୌକଣ ଦେଇ ସମ୍ମାନିତ କରିଥିଲେ l ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଓ ମଧୁ ଵନଛୋର ଟିମ ମାନଙ୍କୁ କୋଡିନେଟ କରିଥିଲେ l ଆଜିର ଦ୍ଵିତୀୟ ଦିନରରେ ପ୍ରସିଦ୍ଧ ଫୁଟବଲ ଖେଳାଳି ଟିଟିଲାଗଡ଼ର ସଦାନନ୍ଦ ନାଏକ ଓ ଖଲିଲ ଉର ରେହେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା l ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ଦେବାଶିଷ ବାଗ, ନର୍ସିଙ୍ଗ ସ୍ୱାମୀ ନାଇଡ଼ୁ, ସୁଶାନ୍ତ ନାଗ, ସଞ୍ଜୟ କୁଦାଇ, ରାଜକୁମାର ପାଣିଗ୍ରାହୀ ଖେଳକୁ ପରିଚଳନା କରିଥିଲେ l ଆଜି ଦୋସ୍ତିବ୍ରଦର୍ସ ସୁନ୍ଦରଗଡ଼ ଓ ସ୍ପୋର୍ଟ ହଷ୍ଟେଲ ମୟୁରଭଞ୍ଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମାର୍ଦ୍ଧରେ ଦୋସ୍ତି ବ୍ରଦର୍ସ ତିନିଗୋଟି ଗୋଲରେ ଆଗରେ ରହିଥିଲା l ଦ୍ବିୟାଦ୍ଧରେ ସ୍ପୋର୍ଟ ହଷ୍ଟେଲ ମୟୁରଭଞ୍ଜ ଦଳ ଦୋସ୍ତି ବ୍ରଦର୍ସ ଦଳକୁ ଦୁଇ ଗୋଲ ଦେଇ ପରିଶୋଧ କରିଥିଲେ l ଖେଳ ପରିଶେଷରେ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ଦଳ ତିନି ଦୁଇ ଗୋଲରେ ବିଜୟୀ ହୋଇଥିଲା l ଆଜିକାର ଜଣେ ଭାଗ୍ୟସାଳି ଦର୍ଶକ ଭୀମ ସୁନା ଲଟେରୀ କୂପନ ଦ୍ୱାରା ଏକ ମୋବାଇଲ ପୁରସ୍କାର ପାଇଥିଲେ l ଵେଷ୍ଟ ଭଲଣ୍ଟୀୟର ଧର୍ମେନ୍ଦ୍ର କୁମ୍ଭାର ଓ ରବୀନ୍ଦ୍ର କର୍ମୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l
ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା,ମନୋଜ ଦୀପ, ପ୍ରଦୀପ ସିଂହ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରମା ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, ପ୍ରଦୀପ ସାହୁ,ସନତ ତ୍ରିପାଠୀ, ମଣ୍ଟୁ ମିଶ୍ର, ପିଣ୍ଟୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ବୁଧବାର ପ୍ରଥମ ସେମିଫାଇନାଲରେ କଦଳିପାଲି ବରଗଡ଼ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ମଧ୍ୟରେ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l