ମାଁ ମାଟି ପାଇଁ କିଛି କରିପାରିଲେ ପାଠ ପଢା ସାର୍ଥକ ହେବ, ବିଧାୟକ

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 45;


ମାଁ ମାଟି ପାଇଁ କିଛି କରିପାରିଲେ ପାଠ ପଢା ସାର୍ଥକ ହେବ, ବିଧାୟକ
ଅତାବିରା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ

ସରଣ୍ଡା, 11/2(ସଂସ୍କୃତି ମିଡ଼ିଆ )- ଆମ ପାଠ ପଢା ନିଜ ପରିବାର ନିଜ ଗାଁ ପାଇଁ କିଛି କରି ସଂସ୍କୃତି, ପରମ୍ପରାକୁ ଫେରାଇ ଆଣିବାକୁ ହେବ l ପରିବାର ଓ ନିଜ ଅଞ୍ଚଳ ଲାଗି କିଛି କରିପାରିଲେ ପାଠ ପଢ଼ିବାର ସାର୍ଥକ ହୋଇ ପାରିବ ବୋଲି ମଙ୍ଗଳବାର ବରଗଡ଼ ଜିଲା ଅତାବିରା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମତ ପ୍ରକାଶ କରିଛନ୍ତି l

ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ପରମାନନ୍ଦ ରଥ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅତାବିରା ବିଧାୟକ ଶ୍ରୀ ମହାନନ୍ଦ ମୁଖ୍ୟ ଅତିଥି, ଶିକ୍ଷା ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା କବି ନରେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ପ୍ରେମମୟ ସଂସାରରେ ପ୍ରେମର ସଂଜ୍ଞାକୁ ବୁଝି ନିଜ ଅନ୍ତରାତ୍ମରୁ ତ୍ୟାଗ ମନୋବୃତ୍ତି ରଖିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଭୋଗ ପାଇପାରିବେ ବୋଲି କହିଥିଲେ l

କଲେଜର ଡ୍ରାମାଟିକ ଉପଦେଷ୍ଟା ଧର୍ମେନ୍ଦ୍ର ପ୍ରଧାନ, ସାଂସ୍କୃତିକ ଉପଦେଷ୍ଟା ସୁଯ୍ୟ ନାରାୟଣ ବିଶ୍ୱାଳ ମଧ୍ୟ ମଞ୍ଚାସିନ ଥିଲେ l

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତୀ ଛାତ୍ରୀଛାତ୍ର ଙ୍କୁ ଅତିଥିଗଣ ପୁରସ୍କୃତ କରି ସଂମ୍ମାନିତ କରିଥିଲେ l ବାଳକ ସିନିୟର ରେ ଯୁକ୍ତ ୩ ର ୟାଡୁ ଶେଖର, ବାଳିକା ବିଭାଗର ପୂଜା ପ୍ରଧାନ, ଜୁନିୟର ବାଳକରେ ରୋହିତ ସେଠ୍ ଓ ବାଳିକା ଜୁନିୟର ରେ ଲିପି ଭୁଏ ଖେଳକୁଦ ପ୍ରତିଯୋଗୀତାରେ ଚମ୍ପିୟାନ ହୋଇଥିଲେ l ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ l

 


Leave a Reply

Your email address will not be published. Required fields are marked *

error: Content is protected !!