ସରଣ୍ଡାର ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ବାବାଙ୍କ ମହା ଶିବରାତ୍ରୀ ଜାଗର ମେଳା ପାଇଁ ପ୍ରସ୍ତୁତି ବୈଠକ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;
ସରଣ୍ଡା,20/2(ଯୁଧିଷ୍ଠିର ମହାପାତ୍ର )– ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରଶିଦ୍ଧ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠରେ ମହା ଶିବରାତ୍ରି ପାଇଁ ବୁଧବାର ରାତ୍ରି ୯ ଘଟିକାରେ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକ ରେ ଉପ – ସଭାପତି ରାଧେଶ୍ୟାମ ମହାପାତ୍ର, କୋଷଧ୍ୟକ ପ୍ରମୋଦ ମହାପାତ୍ର, ଦେବରାଜ ମହାପାତ୍ର, ସଂଯୋଜକ ମନୋଜ ମହାପାତ୍ର, ଶ୍ରୀକାନ୍ତ ସିଂଦେଓ, ଯୁଧିଷ୍ଠିର ମହାପାତ୍ର, ଗୌରୀଶଙ୍କର ମହାପାତ୍ର, ଅନ୍ତର୍ଯ୍ୟାମୀ ମହାପାତ୍ର, ଲବ ମହାପାତ୍ର, ମୁକ୍ତେଶ୍ଵର ମହାପାତ୍ର, ମଧୁସୂଦନ ମହାପାତ୍ର, ଅବଧୁତ ମହାପାତ୍ର, ତରଣୀ ମହାପାତ୍ର, ସୁଦାମ ମହାପାତ୍ର, ଟିକୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜ ପ୍ରସ୍ତାବ ଦେଇଥିଲେ l ଆସନ୍ତା ଫେବୃଆରୀ 26 ତାରିଖ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସରଣ୍ଡା ବିଶ୍ୱେଶ୍ୱର ବାବାଙ୍କ
ମହା ଶିବରାତ୍ରି ଜାଗର ମେଳା ପାଇଁ ଫେବୃଆରୀ 22 ତାରିଖ ଶନିବାର ଦିନ ଶୁଭସ୍ତମ୍ଭ ସ୍ଥାପନ କରିବାକୁ ସ୍ଥିର କରାଯାଇଛି l ମହା ଶିବରାତ୍ରୀ ଉଜାଗର ମେଳା ଦିନ ପାହାନ୍ତିଆ 3ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ପାଲି ପୂଜକଙ୍କ ପ୍ରଥମେ ବାବା ବିଶ୍ୱେଶ୍ୱରଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇ ବିଧିମୁତାବକ ପୂଜାର୍ଚନା କରିବେ l ପରେ ଭକ୍ତଙ୍କ ପାଇଁ ଦର୍ଶନର ଲାଗି ଦ୍ୱାର ଖୋଲାଯିବ l ପୂର୍ବାହ୍ନ ସାଢେ ଦଶ ଟାରେ ବିଶ୍ୱେଶ୍ୱର ବାବାଙ୍କ ପୀଠରୁ ବାବା ଚନ୍ଦ୍ରଶେଖର ସରଣ୍ଡା ଗ୍ରାମ୍ୟ ପରିକ୍ରମା ପାଇଁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିବେ l ଏଥିରେ ବରପାଲି ଖେମେସରାର ଘୁଙ୍ଗୁରା ବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ବାବା ଚନ୍ଦ୍ରଶେଖର ଗ୍ରାମ୍ୟ ପରିକ୍ରମା କରି ଫେରିବା ପରେ ସନ୍ଧ୍ୟା 6 ଟାରେ ଚାରି ପ୍ରହର ପୂଜା ଆରମ୍ଭ ହେବ l ପ୍ରତି ପ୍ରହର ପୂଜାପାଠ ପରେ 108 ଆଳତି ଅର୍ପଣ କରାଯିବ l ଚାରିପ୍ରହର ପୂଜା ପରେ ହୋମ ପୂର୍ଣ୍ଣାହୁତି ପଡି ମହାଦୀପ ମନ୍ଦିର ଶିଖକୁ ଉଜାଗର ମହା ଦୀପ ଚଢିଲା ପରେ ଭକ୍ତମାନେ ମଧ୍ୟ ମହାଦୀପ ଚଢ଼ାଇବେ l
ସନ୍ଧ୍ୟାରେ ନାଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟଗୀତ ରଙ୍ଗାରଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସେହିପରି ରାତ୍ରିରେ ସୁବର୍ଣ୍ଣପୁର ଜିଲା ଖଲିଆପାଲି ଗ୍ରାମର ଓ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଲିଙ୍ଗମାର୍ଣ୍ଣି ଗ୍ରାମର ମାଁ ଚନ୍ଦଳିପାଟ ମହିଳା ସଂକୀର୍ତ୍ତନ୍ୟ ଦଳ ବୈଠକୀ ଭଜନ କୀର୍ତ୍ତନ ପରିବେଷଣ କରିବେ l