ରାଜ୍ୟର ସାମ୍ବାଦିକ ଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନ ସଭା ରେ ଉପସ୍ଥାପନ କରିବି — ନିହାର ରଞ୍ଜନ ମହାନନ୍ଦ,ବିଧାୟକ

0

* “ସାମ୍ବାଦିକ ମାନେ ସତ୍ୟ ନିଷ୍ଠ ହୋଇ ଖବର ପ୍ରକାଶନ କରିବା ଦରକାର । ”
* ରାଜ୍ୟର ସାମ୍ବାଦିକ ଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନ ସଭା ରେ ଉପସ୍ଥାପନ କରିବି — ନିହାର ରଞ୍ଜନ ମହାନନ୍ଦ,ବିଧାୟକ
ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ (ଜାବ) ର ସାଧାରଣ ବୈଠକ ।
*************************************


ଅତାବିରା , 6/3(ସଂସ୍କୃତି ମିଡ଼ିଆ )-ସାମ୍ବାଦିକ ମାନେ ସତ୍ୟ ନିଷ୍ଠ ହୋଇ ପ୍ରକୃତ ଖବର ସଂଗ୍ରହ କରି ଓ ସତ୍ୟତା ର ଅନୁସନ୍ଧାନ କରି ଖବର ପ୍ରକାଶନ କରିବା ଦରକାର ବୋଲି ବୁଧବାର ବରଗଡ଼ ଜିଲା ଅତାବିରା ବ୍ଲକ ଡିଭାଇନ ଗାର୍ଡେନ ସଭାଗୃହରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ (ଜାବ୍) ର ସାଧାରଣ ପରିଷଦ ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି। ଜାବ୍ ର ସଭାପତି ରବି ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମହାନନ୍ଦ କହିଥିଲେ ଯେ ଆଜିକାଲି ଯେଭଳି ଭାବରେ କାମଳ ସାମ୍ବାଦିକତା ବଢ଼ି ଚାଲିଛି ତାହା ଉଦବେଗ ର ବିଷୟ ଅଟେ । ସେ ଅନୁରୋଧ କରିଥିଲେ ଯେ ସମାଜ ରେ ରାଜ ନେତା ମାନଙ୍କୁ ଏକ ଭିନ୍ନ ନଜର ରେ ଦେଖାଯାଉଛି ଓ ଚିତ୍ରଣ କରାଯାଉଛି । ତାହା ସମସ୍ତ ଙ୍କ କ୍ଷେତ୍ରରେ ସମାନ ନୁହଁ , ତେଣୁ ତଥ୍ୟ ର ଶେଷ ପରିଧି କୁ ଯାଇ କୌଣସି ବିଷୟରେ ବିଶେଷ କରି ଜଣେ ରାଜ ନେତା ବାବଦ ରେ ଖବର ପ୍ରକାଶ କରିବା ଦରକାର । କାରଣ ଥରେ ଜଣେ ରାଜ ନେତା ବା ବ୍ୟକ୍ତି ର କୌଣସି ଭୁଲ ନଥାଇ ବା ସେ ଭୁଲ୍ କାର୍ଯ୍ୟ ରେ ଲିପ୍ତ ନଥାଇ ଯଦି ଭୁଲ୍ ତଥ୍ୟ ପ୍ରକାଶ ପ୍ରସାରଣ ହୋଇଗଲା , ସେ ଯେଉଁ ପ୍ରକାର ବଦନାମ ହୋଇଯିବେ , ଆଉ ଯାହା କଲେ ମଧ୍ୟ ତାର ଭରଣା ହୋଇ ପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସେ ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜନ ସାଧାରଣ ଙ୍କ ସମସ୍ୟା ଜନିତ ଖବର ଲୋକ ଲୋଚନ କୁ ଆଣିବାକୁ ଅନୁରୋଧ କରିବା ସହ ତାଙ୍କ ବିରୁଦ୍ଧରେ ମଧ୍ୟ ତଥ୍ୟ ଭିତ୍ତିକ ସମାଲୋଚନା କୁ ସ୍ଵାଗତ କରିଥିଲେ । ଶ୍ରୀ ମହାନନ୍ଦ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଶ୍ଚୟ ଅବଗତ କରାଇ ତାର ସମାଧାନ ପାଇଁ ଦାବୀ କରିବେ ଏବଂ ଆଗାମୀ ବିଧାନ ସଭା ଅଧିବେସନ ରେ ଏହା ଉପରେ ଆଲୋଚନା ମଧ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେ ଏହି ଅବସରରେ ଅତାବିରା ଓ ଭେଡେନ ସାମ୍ବାଦିକ ଭବନ ନିର୍ମାଣ ପାଇଁ ପ୍ରଥମ କିସ୍ତି ରେ ୫ ଲକ୍ଷ ଟଙ୍କା ର ଅନୁଦାନ ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ବୈଠକ ରେ ଖବରଦାତା ସୁରକ୍ଷା ଆଇନ ଲାଗୁ କରିବା, ଖବରଦାତାଙ୍କୁ ପେନସନ ଯୋଗାଇ ଦେବା ଓ ଖବରଦାତାଙ୍କ ଅଧିସ୍ଵୀକୃତି ବ୍ୟବସ୍ଥା କୁ ପୁଣି ଆରମ୍ଭ କରାଯିବା ଆଦି ଦାବୀ ସମ୍ବଳିତ ଏକ ଦାବିପତ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଧାୟକ ଶ୍ରୀ ମହାନନ୍ଦ ଙ୍କୁ ପ୍ରଦାନ କରାଯାଇଥିଲା।

ଏହା ସହ ସଂଘ ପକ୍ଷରୁ ନିଜର ସଦସ୍ୟ ମାନଙ୍କ ସ୍ବାସ୍ଥ୍ୟ ଜନିତ ବା ଦୁର୍ଘଟଣା ଜନିତ ଅସୁବିଧା ସମୟ ରେ ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇବା, ଗାଇ ସିଲେଟ ବ୍ଲକ ସଦର ମହକୁମା ର ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଜନ ସାଧାରଣ ଙ୍କ ନିତ୍ୟ ବ୍ୟବହୃତ ସ୍ଥଳ ରେ ଶୌଚାଳୟ ର ବ୍ୟବସ୍ଥା ପାଇଁ ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ର ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସାକ୍ଷାତ କରି ଆଲୋଚନା କରିବା, ସଦସ୍ୟ ମାନଙ୍କ ବୈଠକ ରେ ନିୟମିତ ଯୋଗଦାନ କରିବା , ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ଵାଳ ଙ୍କ ନାମରେ ଏକ ଜିଲ୍ଲା ସଂଗ୍ରାହଳୟ ନିର୍ମାଣ ପାଇଁ ଦାବୀ କରାଯିବା ଏବଂ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ଙ୍କୁ ନିମନ୍ତ୍ରଣ କରିବା ବିଷୟ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସହ ଆଲୋଚନା କରିବା ଆଦି ବହୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଆରମ୍ଭ ରେ ଅତାବିରା ୟୁନିଟ ର ସଂଯୋଜକ କୀର୍ତ୍ତନ ବିଶ୍ଵାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭା ଶେଷରେ ବରିଷ୍ଠ ସଦସ୍ୟ ଯୁଧିଷ୍ଟିର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତାବିରା ୟୁନିଟ ପକ୍ଷରୁ ବିଧାୟକ ଶ୍ରୀ ମହାନନ୍ଦ ଙ୍କ ସହ ଜିଲ୍ଲା ସଂଘ ର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ବ୍ଲକ ର ସଂଯୋଜକ ମାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ମିଶ୍ର, ଉପ ସଭାପତି ବ୍ୟୋମକେଶ କର ଓ ବ୍ଲକ ସଂଯୋଜକ କୀର୍ତ୍ତନ ବିଶ୍ଵାଳ ମଞ୍ଚାସୀନ ଥିଲେ । ସମ୍ବଲପୁରୀ ବୟନ ଶିଳ୍ପରେ କୃତୀତ୍ୱ ହାସଲ କରିଥିବା କର୍ମା ବସ୍ତ୍ରାଳୟର ସ୍ୱତାଧିକାରୀ ପରେଶ କୁମାର ମେହେରଙ୍କୁ ଉପଢ଼ୋକ ସହ ସ୍ମାରକୀ ଦେଇ ସମ୍ମାନୀତ କରାଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ, ସତ୍ୟଜିତ ପ୍ରଧାନ, ମେଘନାଦ ସାହୁ, ରଞ୍ଜନ ଦେବତା, ପ୍ରଦୀପ ମହାନ୍ତି, ହେମନ୍ତ ନାୟକ, ଜ୍ୟୋତି ମହାପାତ୍ର, ନରେନ୍ଦ୍ର ଦାଶ, ବଳରାମ ବାଗ, ରଞ୍ଜିତ ଦାଶ, ଯତୀନ୍ଦ୍ରନାଥ ସେନ, ଜୟସିଂ ପ୍ରଧାନ, ବଳରାମ ଦୀପ, ସଞ୍ଜୀବ ପୁରୋହିତ,ଅର୍ଜ୍ଜୁନ ସାହୁ, ଅଶ୍ୱିନୀ ପାତ୍ର, ହେମନ୍ତ ସାହୁ, ସୁବ୍ରତ ସାହୁ, ମୁକୁନ୍ଦ ଷଡ଼ଙ୍ଗୀ, ପାଣ୍ଡବ ପ୍ରଧାନ, ରୀଙ୍କୁ ଷଡ଼ଙ୍ଗୀ, ସୁରେନ୍ଦ୍ର କଠାର, ନେପାଳ ପ୍ରଧାନ, ସୁଦାମ ପ୍ରଧାନ, ରିଙ୍କୁ ଦେବତା, ବିଜୟ କର୍ଣ୍ଣ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଏହି ବୈଠକ ରେ ଜିଲ୍ଲା ର ସମସ୍ତ ୧୨ ଗୋଟି ବ୍ଲକ ର ୬୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!