ଗୋଡଭଗା ଗ୍ରାମ୍ୟ କଲ୍ୟାଣ ମଣ୍ଡପ ନିର୍ମାଣର ଶୁଭ ଶିଲାନ୍ୟାସ

ଅତାବିରା, 6/3(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ଗୋଡଭଗା ଗ୍ରାମରେ ନୂତନ କଲ୍ୟାଣ ନିର୍ମାଣର ଶୁଭ ଶିଲାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ଆତ୍ମାର ଅଧ୍ୟକ୍ଷ ମିଳନ ସେଠ ଯୋଗଦାନ କରି ନଡିଆ ପିଟି ଶିଲାନ୍ୟାସ କରିଥିଲେ |ଶିଲାନ୍ୟାସ ସମୟରେ ସତୀଶ ଦାସଙ୍କ ସମେତ ଗୋଡଭଗା ଗ୍ରାମର ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ |କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗ୍ରାମବାସୀ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ସୁବିଧା ହେବ |