ସରଣ୍ଡା ପଞ୍ଚାୟତ ହାଇସ୍କୁଲର 34 ତମ ବାର୍ଷିକ ଉତ୍ସବ

ଅତାବିରା, 25/3(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡା ପଞ୍ଚାୟତ ହାଇସ୍କୁଲର 34 ତମ ବାର୍ଷିକ ଉତ୍ସବ ମହାସମାରୋହରେ ରବିବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ପରିଚାଳନା କମିଟି ସଭାପତି ଯତୀନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟଅତିଥି,
ଶିକ୍ଷବିତ ପ୍ରମୋଦ ଦୋରା ମୁଖ୍ୟବକ୍ତା, ସାମାଜିକକର୍ମୀ ତଥା ବରଗଡ଼ ମାହେଶ୍ୱରୀ ନର୍ସିଙ୍ଗ କଲେଜର ଚେୟାରମ୍ୟାନ ଫକୀର କର୍ଣ୍ଣ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଉଦବୋଧନ ଦେଇଥିଲେ l
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ୍ଚ, ଚକୁଳି ସରପଞ୍ଚ, ସମିତି ସଭ୍ୟ ନିଶାମାଣି ମିରିଗ, ଆନନ୍ଦ ମେହେର, ଦୀପକ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିବାବେଳେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ l ସଂସ୍କୃତ ଶିକ୍ଷକ ଦୀପକ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ଦୀପପ୍ରଜ୍ଜଳନ ମନ୍ତ୍ର ଗାନ ସହ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ l ଶିକ୍ଷୟିତ୍ରୀ ସତ୍ୟଭାମା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନରୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ଦେବାନନ୍ଦ ସାହୁ, ଜୟନ୍ତୀ ସାହୁ, ସୁଧାଂଶୁ ଦାଶଙ୍କ ସଂଯୋଜନାରେ ଛାତ୍ରୀଛାତ୍ର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସ୍କୁଲର ବାର୍ଷିକ ଖେଳ ପ୍ରତିଯୋଗିତାରେ ବାଳିକା ବିଭାଗର ଚମ୍ପିୟାନ ସଞ୍ଚିତା ବାଗ, ବାଳକ ବିଭାଗର ସୌମେନ୍ଦ୍ର ଭୁଏଙ୍କ ସମେତ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ବିଧାୟକ ନିହାର ମହାନନ୍ଦ ପୁରସ୍କୃତ କରିଥିଲେ l ଏଥିରେ ଶିକ୍ଷକ ରୂପଚନ୍ଦ୍ର ମେଣ୍ଡେଲୀ, ନୀଳକଣ୍ଠ ରଥ, ସଚ୍ଚିଦାନନ୍ଦ ପ୍ରଧାନ ସହଯୋଗ କରିଥିଲେ l ବାର୍ଷିକ ଉତ୍ସବକୁ ସଫଳ କରିବାରେ ଜୟ ମାଁ ସନ୍ତୋଷୀ ଏସେଚଜି ଗ୍ରୁପର ସଦସ୍ୟା, ସ୍କୁଲ କର୍ମଚାରୀ ଯୁଧିଷ୍ଠିର ସାହୁ, ଭୁପାଳ ସାହୁ, ଅଭିଵାବକ ଏବଂ ସ୍କୁଲର ବିଭିନ୍ନ କମିଟି ସଦସ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ l