ବରଗଡ଼ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ବରଗଡ଼, 26/3(ସଂସ୍କୃତି ମିଡ଼ିଆ)– ବରଗଡ଼ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ଯକ୍ଷ୍ମା ଦିବସ “(ୱାର୍ଲ୍ଡ ଟ୍ୟୁବର୍କ୍ୟୁଲୋସିସ୍ ଡେ)” ପାଳିତ ହୋଇଯାଇଅଛି । ଏହି ବର୍ଷର ଥିମ୍ – ୟେସ୍ ୱି କେନ୍ ଏଣ୍ଡ୍ ଟି.ବି. : କମିଟ୍, ଇନ୍ଭେଷ୍ଟ୍, ଡେଲିଭର୍ । ୱାର୍ଲ୍ଡ ଟ୍ୟୁବର୍କ୍ୟୁଲୋସିସ୍ ଡେ ଅବସରରେ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ ରେ ଯକ୍ଷ୍ମା (ଟି.ବି.) ଜାଗରୁଗ୍ତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରମୂଖ ଚିକିତ୍ସକ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ଅଂଶଗ୍ରହଣ କରି ଯକ୍ଷ୍ମା ଚିହ୍ନଟ ଏବଂ ଚିକିତ୍ସା ଉପରେ ଆଲୋଚନା କରିଥିଲେ । ଡା. ନିରୂପମା ଷଡ଼ଙ୍ଗୀ, ସି.ଡି.ଏମ୍ (ପି.ଏଚ୍.ଓ.) ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।
ଡା. ସୁଭାଷ ଅଗ୍ରୱାଲ୍, ଏ.ଡି. ପି.ଏଚ୍.ଓ (ଏଫ୍. ଡବ୍ଲ୍ୟୁ) ଡା. ବିନୟ ବେହେରା, ଏ.ଡି. ପି.ଏଚ୍. ଓ. (ଟି.ବି) ବିଶେଷ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ଭିତରେ ଶ୍ରୀ ଡି. ମୂରଲୀକ୍ରୀଷ୍ଣା (ଚେୟାର୍ମେନ, କ୍ରୀଷ୍ଣା ବିକାଶ ଗ୍ରୁପ୍), ଡା. ହିମାଂଶୁ ଶେଖର ମିଶ୍ର (ମେଡିକାଲ୍ ଡାଇରେକ୍ଟର୍, ବରଗଡ଼ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ, ବରଗଡ଼), ଡା. ପ୍ରବୀର କୁମାର ରୋୟ (ମେଡିକାଲ୍ ଡାଇରେକ୍ଟର୍, କ୍ରୀଷ୍ଣା ବିକାଶ ବିନାୟକ ହସ୍ପିଟାଲ ବୁର୍ଲା) ଏବଂ ଡା. ସି.ଏଚ୍ ରବିକୁମାର (ସିଇଓ, କ୍ରୀଷ୍ଣା ବିକାଶ ହସ୍ପିଟାଲ ସମୂହ) ମଧ୍ୟ ଉପସ୍ଥିତ ଥିଲେ । ଡା. ଏନ୍ ଶ୍ରୀନିବାସ, ଡା. ଆଶିଷ କୁମାର ଶତପଥି, ଡା. ଦୀନେଶ ମେହେର, ଡା. ନାରାୟଣ ପ୍ରସାଦ ମିଶ୍ର, ଡା. ନୀଳମଣି ପାତ୍ର, ଡା. ଗୀତାରାଣୀ ପୁରୋହିତ, ଡା. ପ୍ରମୋଦ୍, ଡା. ଉଦୟ ହେମ୍ରମ୍ ଏବଂ ଅନ୍ୟ ଚିକିତ୍ସକ ମାନେ ଯକ୍ଷ୍ମାର ନିର୍ଦ୍ଧାରଣ ଓ ଅଗ୍ରଗତି ବିଷୟରେ ବିସ୍ଥୁତ ଭାବରେ ଆଲୋଚନା କଲେ । ଜିଲ୍ଲା ଭାରତୀୟ ଚିକିତ୍ସକ ସଂଘ (ଆଇ.ଏମ୍.ଏ.), ଆୟୁଷ୍ ଡା. ଏସୋସିଏସନ୍, ଲ୍ୟାବ୍ ଟେକ୍ନିସିଏନ୍ ଏସୋସିଏସନ୍ ର ସଭାପତି, ଡିଷ୍ଟ୍ରିକ୍ଟ ଆୟୁର୍ବେଦିକ୍ ମେଡ଼ିକାଲ୍ ଅଫିସର୍, ଡିଷ୍ଟ୍ରିକ୍ଟ ହୋମିଓପାଥିକ୍ ମେଡ଼ିକାଲ୍ ଅଫିସର୍, ଏବଂ ଅନ୍ୟପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସମସ୍ତ ଅତିଥି ମାନେ ନିଜର ଅଭିଭାଷଣ ଏବଂ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ଉପରେ ନିଜର ମତ ରଖିଥିଲେ, ଏହି ଅବସରରେ ଶ୍ରୀ ଡି. ମୂରଲୀକ୍ରୀଷ୍ଣା
(ଚେୟାର୍ମେନ, କ୍ରୀଷ୍ଣା ବିକାଶ ଗ୍ରୁପ୍) ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅର୍ନ୍ତଗତ ସେବା ମାଧ୍ୟମରେ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ କିଭଳି ଭାବରେ ଅନବରତ ନିଜର ପ୍ରୟାସ ଜାରୀରଖିଛି । ଏବଂ ଭବିଷ୍ୟତରେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାପାଇଁ ପ୍ରତିଶୃତି ବଦ୍ଧ ବୋଲି ବକ୍ତବ୍ୟ ରଖିଥିଲେ । ଡା. ହିମାଂଶୁ ଶେଖର ମିଶ୍ର (ମେଡିକାଲ୍ ଡାଇରେକ୍ଟର୍, କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ, ବରଗଡ଼) ଟି.ବି ର ଶିଘ୍ର ଚିହ୍ନଟ ଏବଂ ସଚେତନତା ହେଉଛି ଏହି ରୋଗକୁ ନିୟନ୍ତ୍ରଣ କରିବାର ମୂଖ୍ୟ ଉପାୟ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲା ଆୟୁର୍ବେଦ୍, ହୋମିଓପାଥି, ଆୟୂଷ୍, ଲ୍ୟାବ୍ ଟେକ୍ନିସିଆନ୍, ମାନଙ୍କୁ ଯକ୍ଷ୍ମା ରୋଗର ଚିକିତ୍ସାରେ ଉନ୍ନତି ଆଣିଥିବା ପାଇଁ, ସମ୍ମାନିତ କରାଯାଇଥିଲା ଏବଂ ଅନ୍ତେସ୍ଥ କାଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବାର ପ୍ରଗତି ପାଇଁ ଏକ ସଂକଳ୍ପ ଗ୍ରହଣ କରାଗଲା । ଏହି କାର୍ଯ୍ୟକ୍ରମକୁ କ୍ରୀଷ୍ଣା ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ, ବରଗଡ଼ର ମାନବ ସମ୍ବଳ ଅଧିକାରିଣୀ (ଏ.ଚ୍. ଆର୍) ଶ୍ରୀମତୀ ଦେବଜାନୀ ଦାସ, ଏବଂ ଜେନେରାଲ୍ ମ୍ୟାନେଜର୍ (ବିଜିନେସ୍ ହେଡ୍) ଶ୍ରୀ ସବ୍ୟସାଚୀ ରାୟ ପରିଚାଳନା କରିଥିଲେ ।
News by judhistir Mahapatra ସଂସ୍କୃତି ମିଡ଼ିଆ ବ୍ୟୁରୋ