ପୁଣି ଚର୍ଚ୍ଚାରେ କାଉନସିଲର ଦୀପକ : ଏଥର ଚିକିତ୍ସା ପାଇଁ ବଢ଼ାଇଲେ ସହାୟତାର ହାତ

0

ସରଣ୍ଡା, 26/3(ସଂସ୍କୃତି ମିଡ଼ିଆ)- ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଅଧିନସ୍ଥ କାଣ୍ଡପାଳି ଗ୍ରାମର ଜୈନିକ ଗରିବ ରୋଗୀଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ସହାୟତାର ହାତ ବଢ଼ାଇଛନ୍ତି ଅତାବିରା ଏକ ନମ୍ବର ୱାର୍ଡର କାଉନସିଲର ଦୀପକ ରାୟ l

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବରଗଡ଼ ଜିଲା ଅତାବିରା ଏନଏସି ଅନ୍ତର୍ଗତ କାଣ୍ଡପାଲି 12 ନମ୍ବର ୱାର୍ଡର 55 ବର୍ଷୀୟ ସଚିଦା ସାହୁ l 2012 ମସିହାରୁ କିଡ଼ନୀ ରୋଗରେ ପୀଡିତ ଅଛନ୍ତି l ଏବେ ସପ୍ତାହରେ ଦୁଇ ଦିନ ଡାଏଲିସିସ୍ କରିବାକୁ ପଡିଛି l ପୁଣି ଲିଭର୍ ଅସୁବିଧା ପାଇଁ ତାଙ୍କ ପେଟରେ ପାଣି ଜମା ହୋଇଯାଉଛି l ପରିବାର କହିଲେ ପତ୍ନୀ ସୁଲୋଚନା, ଯୁକ୍ତ ତିନି ପାସ କରିଥିବା ପୁତ୍ର କୀର୍ତ୍ତନ ଓ ବିବାହିତ ଝିଅ ନମିତା ସାହୁ ରହିଛନ୍ତି l ସଚିଦା ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ l ଝିଅ ବାହା ଘର ସହ ପୁତ୍ରର ପାଠ ପଢ଼ାରେ ଖର୍ଚ୍ଚାନ୍ତ ହେବା ସହ ନିଜେ ରୋଗଗ୍ରସ୍ତ ହେବା ପରରୁ କାମଧନ୍ଦା କରିପାରୁନାହାନ୍ତି l ଏପଟେ ଚିକିତ୍ସା ଖର୍ଚ୍ଚ ବଢ଼ିବାରୁ ଅଳ୍ପ କିଛି ପୈତୃକ ସମ୍ପତ୍ତି ବିକ୍ରି କରି ହାତରୁ ହରାଇଛନ୍ତି l ଏବେ ଚିକିତ୍ସାରେ ଅଧିକ ଖର୍ଚ୍ଚ ପୁଣି ସପ୍ତାହକୁ ଦୁଇ ଥର ଡାଏଲିସିସ୍ ଯୋଗୁଁ ପାଇଫ ସଂକ୍ରମଣ ହେଉଛି l ଉଚ୍ଚ ମାନର ଡାଏଲିସିସ୍ ପାଇଫ ଲଗାଇବା ପାଇଁ ଆର୍ଥିକ ଅଭାବରୁ ଲଗାଇ ପାରୁ ନ ଥିବା ଖବର ପାଇଥିଲେ ଅତାବିରା ଏକ ନମ୍ବର ୱାର୍ଡର କାଉନସିଲର ଦୀପକ ରାୟ l ଦୀପକ ରାୟ ଯାଇ ଭେଟିଥିଲେ ଏବଂ ନିଜେ ବ୍ୟକ୍ତିଗତଭାବେ ନଗଦ 30 ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ କାଉନସିଲର ଦୀପକ ରାୟ ନିର୍ବାଚିତ ହେବା ପରେ ପ୍ରଥମେ ନିଜ କାଉନସିଲର ଭାବେ ସରକାରୀ ଭାବେ ମିଳିବାକୁ ଥିବା ପରିଶ୍ରମିକ ଭତ୍ତା ନେବେ ନାହିଁ ବୋଲି ଘୋଷଣା କରି ଉକ୍ତ ଅର୍ଥ ଏନଏସିର ଉନ୍ନୟନ କାର୍ଯ୍ୟରେ ଲଗାଇବା ପାଇଁ ଦାନ କରିଥିଲେ l ପରେ ଗତ ବର୍ଷ ବରଗଡ଼ ଜିଲା ଭେଡେନ ବ୍ଲକ ମାନପୁର ପଞ୍ଚାୟତ ଇଚ୍ଛାପାଲି ଗ୍ରାମର ଜୈନିକ ଡାକ୍ତରୀ ଛାତ୍ର ଛତ୍ରପତି ପ୍ରଧାନଙ୍କୁ ଏଡମିସନ ପାଇଁ ନିଜେ ବ୍ୟକ୍ତିଗତ ଭାବେ 50 ହଜାର ଟଙ୍କାର ସହାୟତା ପ୍ରଦାନ, ଗତ ଫେବୃଆରୀ ମାସରେ ଅତାବିରା – କୁଲୁଣ୍ଡା ରୋଡ଼ ପାଖରେ ସନାତନ ବାଦି ନାମକ ଜୈନିକ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍କିର ପାଇଫ ଫାଟି ତାଙ୍କ ଘର ପୋଡି ଯାଇ ଅସହାୟ ହୋଇ ପଡ଼ିଥିଲେ l ତାଙ୍କୁ ମଧ୍ୟ ଦୀପକ ନିଜେ ବ୍ୟକ୍ତିଗତ ଭାବେ 10 ହଜାର ଟଙ୍କାର ଆର୍ଥିକ ସହାୟତା ପଦାନ କରି ଚର୍ଚାରେ ଆସିଥିଲେ l

ଦୀପକଙ୍କ ସମାଜସେବା କ୍ଷେତ୍ରରେ ଏଭଳି ଅବଦାନ ରହିବ ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି କାରଣ ଅଞ୍ଚଳରେ ଅନେକ ବଡ଼ବଡ଼ ଧନୀ ଶ୍ରେଣୀର ବ୍ୟକ୍ତିବିଶେଷ ରହିଥିବାବେଳେ ଗରିବଙ୍କ ସାହାର୍ଯ୍ୟ କରିବାପାଇଁ କେହି ମଧ୍ୟ ଆଗକୁ ଆସିନଥାନ୍ତି। ସେହିସମୟରେ ଅତାବିରାର ଏହି ଯୁବନେତା ଜଣେ ଗରିବ ମେଧାବୀ ଛାତ୍ରଙ୍କୁ ପାଠ ପଢ଼ିବାପାଇଁ ହେଉ ଅବା କେହି ଅସହାୟଙ୍କୁ

ଏଭଳି ଆର୍ଥିକ ସହାୟତା ଓ ଏବେ ଚିକିତ୍ସା ପାଇଁ ସହାୟତାର

ହାତ ବଢ଼ାଇଥିବାରୁ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଏଭଳି ମହନୀୟତା ପାଇଁ ଦୀପକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l ଏହି ସମୟରେ ଇନ୍ଦ୍ରଜିତ ଉମରା,ଦଶରଥ ଭୋଇ, ବାବୁଲାଲ ସାହୁ, ସତ୍ୟ ସାହୁ, ସୁଦାମ ସାହୁ, ଲକ୍ଷ୍ମଣ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ନିକୁ ପ୍ରଧାନ, ଆଲୋକ, ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!