ଦିଲ୍ଲୀ ରେ ଛାତ୍ର ପରିଷଦ ନିର୍ବାଚନ ରେ ପ୍ରଥମଥର ଓଡ଼ିଆ ପୁଅଙ୍କ ବାଜିମାତ

0

ଦିଲ୍ଲୀ ରେ ଛାତ୍ର ପରିଷଦ ନିର୍ବାଚନ ରେ ପ୍ରଥମଥର ଓଡ଼ିଆ ପୁଅଙ୍କ ବାଜିମାତ

ସମ୍ବଲପୁର ର ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପିଏଚ୍. ଡ଼ି କାଉନସିଲର ଓ ଚନ୍ଦନ ଶିକ୍ଷାଶାସ୍ତ୍ର କାଉନସିଲର ଭାବେ ନିର୍ବାଚିତ
ନୂଆଦିଲ୍ଲୀ /ସରଣ୍ଡା,/ସମ୍ବଲପୁର  (ସଂସ୍କୃତି ମିଡ଼ିଆ)- ରବିବାର  ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଦୀର୍ଘ ୩୦ ବର୍ଷ ପରେ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା
ପିଏଚ୍.ଡ଼ି କାଉନସିଲର ଓ ଚନ୍ଦନ ଶିକ୍ଷାଶାସ୍ତ୍ର କାଉନସିଲର ଭାବେ ବାଜିମାତ କରିବା ସହ ନିର୍ବାଚନରେ ବିଜୟଲାଭ କରିଛନ୍ତି। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା କହିଛନ୍ତି
ମୋ ପାଇଁ ଏହି ନିର୍ବାଚନ ଗୋଟିଏ ବହୁତ୍ ବଡ଼ ଚ୍ୟାଲେଞ୍ଜ ଥିଲା କାରଣ ଏଠି ସାରା ଭାରତର ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ସହ ଗବେଷଣା କରୁଛନ୍ତି । ସମସ୍ତ ଛାତ୍ର ଙ୍କ ସମସ୍ୟା ର ସମାଧାନ କରିବା ସହ ସଦାସର୍ବଦା ବିଶ୍ଵବିଦ୍ୟାଳୟର ହିତ ପାଇଁ କାର୍ଯ କରୁଛି ଆଗକୁ ମଧ୍ୟ କରିବି। ଶିକ୍ଷାଶାସ୍ତ୍ର ବିଭାଗର ଛାତ୍ରନେତା ଚନ୍ଦନ ରଣା
କହିଛନ୍ତି ମୁ ମଧ୍ୟ ସଦାସର୍ବଦା ଛାତ୍ର ଛାତ୍ରୀ ମାନଙ୍କ ସମସ୍ତ ସମସ୍ୟା ର ସମାଧାନ କରିବି। ସୌମ୍ୟରଂଜନ କହିଛନ୍ତି ମୋର ନିର୍ବାଚନ ପ୍ରଚାର ସମୟରେ 15 ଟି ପ୍ରତିଜ୍ଞା ଥିଲା ମୁ ଏହି ସପ୍ତାହରୁ କାର୍ଯ ଆରମ୍ଭ କରୁଛି। ସୌମ୍ୟରଂଜନ ଙ୍କ ବିପକ୍ଷରେ ପାଖାପାଖି 5 ଜଣ ପ୍ରତିଦ୍ବନ୍ଦୀ ଉତ୍ତରପ୍ରଦେଶ, ହରିୟାଣା , ହିମାଚଳ ପ୍ରଦେଶ,ରାଜସ୍ଥାନ ଭଳି ବିଭିନ୍ନ ପ୍ରାନ୍ତରୁ ଥିଲେ । ସୌମ୍ୟରଂଜନ ବଡ଼ପଣ୍ଡା ବର୍ତ୍ତମାନ ଏହି ବିଶ୍ଵିଦ୍ୟାଳୟରେ ରେ ସଂସ୍କୃତ ସାହିତ୍ୟ ରେ ଗବେଷଣା ଓ ଚନ୍ଦନ ରଣା ସଂସ୍କୃତରେ ଶିକ୍ଷାଶାସ୍ତ୍ର କରୁଛନ୍ତି। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ପୂର୍ବରୁ ଓଡିଶାରେ ପଢିଲା ସମୟରେ ଏବିଭିପି ର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ପ୍ରମୁଖ ଦାଇତ୍ୱ ତୁଲାଇ ସାରିଛନ୍ତି, ବର୍ତ୍ତମାନ ସେ ବିଶ୍ଵବିଦ୍ୟାଳୟ ରେ ଏବିଭିପି ୟୁନିଟ ରେ ମଧ୍ୟ ଦାଇତ୍ୱ ରେ ଅଛନ୍ତି। ଏହି ନିର୍ବାଚନକୁ ଜିତିବାର ଶ୍ରେୟ ପ୍ରଭୁ ଜଗନ୍ନାଥ,ମା ସମଲେଇ,ମା ମାଣିକେଶ୍ଵରୀ ସମେତ ମୋର ବାପା ମାଆ,ମୋର ଗୁରୁଜନ ଓ ସମସ୍ତ ଭୋଟର୍ ଭାଇଭଉଣୀ ମାନଙ୍କୁ ଦେଉଛି ବୋଲି ସୌମ୍ୟ କହିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!