ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚର ନୂତନ କାର୍ଯ୍ୟକର୍ତ୍ତା

ଅତାବିରା, 31/3(ସଂସ୍କୃତି ମିଡ଼ିଆ)-ବୁଧବାର ଦିନ ସଂନ୍ଧ୍ଯା୫.୩୦ ମି ରେ ଅତାବିରା ସ୍ଥିତ ହନୁମାନ ମନ୍ଦିର ଠାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକ ରେ ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ ର ସଂସ୍ଥାପକ ଶ୍ରୀମତୀ ଦର୍ଶନା ଅଗ୍ରୱଲା ଙ୍କ ଉପସ୍ଥିତି ରେ ଅତାବିରା ର ନିମ୍ନଲିଖିତ ସଦସ୍ଯ ମାନଙ୍କୁ ନେଇ ସହମତି ରେ ନିମ୍ନଲିଖିତ ଦାୟିତ୍ବ ହସ୍ତାନ୍ତର କରାଗଲା। ସଭାପତି ଭାବେ ସୁନିତା ଅଗ୍ରୱାଲ, ସଂପାଦକ_ସୁବ୍ରତା ପାଢ଼ୀ, ସାଧାରଣ ସଂପାଦକ..ଖିରେଶ୍ବରୀ ସ୍ବାଇଁ, ତନୁଜା ମିଶ୍ର ପୂଜା ବିଭାଗ, ରେଂଗାଲୀପାଲି ଅଞ୍ଚଳର ପ୍ରଭାରୀ ପୁସ୍ପାବତୀ ସେଟ୍, ସରଣ୍ଡା ର ଅଞ୍ଚଳ ପ୍ରଭାରୀ ଅଞ୍ଜଳି ଘୋଷ,ବରିଷ୍ଠ ମାତ୍ରୂଶକ୍ତୀ ଜନନୀ ମହାପାତ୍ର, ୟୁବା ସଂଗଠନ ସଂପାଦକ ଅର୍ଚ୍ଚନା ବାଗ, ସାଂସ୍କୃତିକ କର୍ଯ୍ୟକ୍ରମ ସଂପାଦକ ଅନନ୍ୟା ପାଢ଼ୀ, ପ୍ରସାଦ ବ୍ଯବସ୍ଥା ଦାୟିତ୍ବ ରେ ନୀରୁପମା ବେହେରା ଏବଂ ସମସ୍ତେ ନିଜ ନିଜ ଦାୟିତ୍ୱ ଗ୍ରହଣ କଲେ। ପ୍ରେତ୍ୟକ ମାସର ପ୍ରଥମ ମଂଗବାର ଦିନ ଦୁର୍ଗା ମନ୍ଦିର ରେ ଦୁର୍ଗା ସ୍ତୁତି ଚାଳିଶା ପାଠ କରାହେବ।
ମାଁ ଭାରତୀ ଙ୍କ ଦୟାରୁ ହୀନ୍ଦୁ ମହିଳା ମଞ୍ଚ ର ସଂଗଠନ ଆହୁରି ଆଗକୁ ବିସ୍ତାର କରିବ। ଯେଉଁ ମାନେ ସଂଗଠନ ରେ ଯୋଡ଼ି ହେବାପାଇଁ ଇଛୁକ ଆମସହ ସଂପର୍କ କରନ୍ତୁ ବୋଲି ସଭାପତି ସୁନିତା ଅଗ୍ରୱାଲ ପ୍ରକାଶ କରିଛନ୍ତି l