ଅତାବିରା ହୋଲ୍ଦିଂ ଟ୍ୟାକ୍ସ କୁ ନେଇ ବିଜେଡି ର ଟାଲ ଟୁଲ ନୀତି : ଭାଜପାର ପ୍ରେସ ମିଟ
ବିଜେଡ଼ି ଟ୍ୟାକ୍ସକୁ ନେଇ ଦୋମୁହାଁ ନୀତି ଅବଲମ୍ବନ କରୁଛି: ଭାଜପା 
ଅତାବିରା,31/3(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ହୋଲ୍ଦିଂ ଟ୍ୟାକ୍ସ କୁ ନେଇ  ବିଜେଡି ର ଟାଲ ଟୁଲ ନୀତିକୁ ନେଇ ସୋମବାର ରାତ୍ରି ୮ ଟାରେ  ଭାଜପା ଖବରଦାତା ସମ୍ମିଳନୀ ( ପ୍ରେସ ମିଟ) କରି ପ୍ରତିବାଦ କରିଛି l ଅତାବିରା ଏନଏସିରେ ହୋଲଡିଂ ଟ୍ୟାକ୍ସକୁ ନେଇ ବିଜେଡ଼ି ଓ ଭାଜପା  ମଧ୍ୟରେ ଟଣାଓଟରା ଲାଗିରହିଛି । ପୂର୍ବରୁ ବିଜେଡ଼ି ହୋଲଡିଂ ଟ୍ୟାକ୍ସକୁ ବିରୋଧ କରିଆସୁଥିବାବେଳେ ଭାଜପା  ଏହାର ସପକ୍ଷରେ ରହିଛି । ଅତୀତରେ ୩ଥର ଏବିଷୟରେ ଏନଏସି ପରିଷଦରେ ଆଲୋଚନା ହୋଇଥିଲା ଜନସାଧାରଣଙ୍କ ବିରୋଧକୁ ଦୃଷ୍ଟିରେ ରଖି ୩ଥର ବିଜେଡ଼ି ବିରୋଧ କରିଆସିଛି । ହୋଲଡ଼ିଂ ଟ୍ୟାକ୍ସ ବିନା ବିଜେଡ଼ି ସରକାର ସମୟରେ ୧୦୦କୋଟି ଟଙ୍କାର ଅନୁଦାନ ପାଇଛି । ବିଜେପି ସରକାର ୧୦ମାସ ମଧ୍ୟରେ ଏନଏସିକୁ ଟଙ୍କାଟିଏ ଅନୁଦାନ ଦେଇନାହିଁ । ତେଣୁ ଗତ ୨୭ତାରିଖ ବିଜେଡ଼ିର ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଏକ ପ୍ରେସବିଜ୍ଞପ୍ତିରେ  କହିଥିଲେ ଯେ  ଏନଏସିର ଲୋକେ ଏପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଇପାରିନାହାନ୍ତି ତେଣୁ ପୂର୍ବରୁ ଏବଂ ବର୍ତ୍ତମାନ ହୋଲଡିଂ ଟ୍ୟାକ୍ସକୁ ଦଳ ବିରୋଧ କରୁଛି । ଅନ୍ୟପକ୍ଷରେ ଅତାବିରା ନଗର ଭାଜପା  ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଏକ ଖବରଦାତା  ସମ୍ମିଳନୀରେ ହୋଲଡ଼ିଂ ଟ୍ୟାକ୍ସ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏଥିରେ କୁହାଯାଇଛି ବିଜେଡ଼ି ଟ୍ୟାକ୍ସକୁ ନେଇ ଦୋମୁହାଁ ନୀତି ଅବଲମ୍ବନ କରୁଛି । ଗତ 12/11/2024ରେ ଏନଏସି ବୈଠକ ରେ ନିଜେ ବିଜେଡ଼ି ଅଧ୍ୟକ୍ଷ ଙ୍କ ନେତୃତ୍ୱରେ ହୋଲଡିଂ ଟ୍ୟାକ୍ସ ଲାଗୁ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l
ଏବେ ତାର ହିଁ ନିଷ୍ପତ୍ତିକୁ ବିରୋଧ କରି ବିଜେଡ଼ି ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଭାଜପା ଅଭିଯୋଗ କରିଛି l  ବିଜେଡିର ଏପରି ନୀତିକୁ ଭାଜପା ନିନ୍ଦା କରୁଛି । ହୋଲଡ଼ିଂ ଟ୍ୟାକ୍ସ ଲାଗୁ ନହେବାଦ୍ବାରା ପଞ୍ଚଦଶ ଅର୍ଥକମିସନରୁ ୯କୋଟି ଟଙ୍କା ଅନୁଦାନ ପଡ଼ିରହିଛି । ହଲ୍ଡିଂ ଟ୍ୟାକ୍ସ ଏକ ସରକାରୀ ପ୍ରକ୍ରିୟା । ବିଗତ ୧୦ବର୍ଷ ମଧ୍ୟରେ ବିଜେଡ଼ି କରିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ । ୧୨ଟି ୱାର୍ଡର ଏବଂ ବସଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଗୋଷ୍ଠି ଶୌଚାଳୟ ନିର୍ମାଣର ତଦନ୍ତ କରାଯିବ । ବିଜେଡିର କର୍ମୀମାନେ ଅନେକ ସରକାରୀ ଜମି ମାଡ଼ି ବସିଛନ୍ତି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ମାଦିକମାନଙ୍କ ଉତ୍ତରରେ କହିଥିଲେ ଯେ ବିଜେଡ଼ି ସରକାର ସମୟରେ ୫ଟି ହେଉ ଅବା ଅନ୍ୟ କୌଣସି ସୂତ୍ରରୁ ଏନଏସିକୁ ଅନୁଦାନ ଦିଆଯାଇଛି ,ଏବେ ବିଜେପି ସରକାର ସମୟରେ ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଅନୁଦାନରେ କାମ ଆରମ୍ଭ ହେବ ।  ସମ୍ମାଦିକ ସମ୍ମିଳନୀରେ ବିଜେପି ନଗର ସଭାପତି ସତୀଶ ଚୌଧୁରୀ,ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ ଏହା କହିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!