ଦିଲ୍ଲୀ ରେ ପାଳିତ ହେଲା ଓଡ଼ିଶା ଦିବସ ସମାରୋହ

0

ନୂଆଦିଲ୍ଲୀ, 2/4(ସଂସ୍କୃତି ମିଡ଼ିଆ)- ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆଦିଲ୍ଲୀ ରେ ମଙ୍ଗଳବାର ଓଡ଼ିଶା ଛାତ୍ର ସଂଗଠନ ତରଫରୁ ବହୁ ଧୁମଧାମରେ ଓଡ଼ିଶା ଦିବସ ସମାରୋହ – ୨୦୨୫ ପାଳିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ପ୍ରଥମେ ପ୍ରଫେସର ସୁନ୍ଦର ନାରାୟଣ ଝା ଦ୍ଵାରା ମନ୍ତ୍ର ଉଚ୍ଚାରଣ ଦ୍ଵାରା ଜଗନ୍ନାଥ ପୂଜନ ସହ ମଙ୍ଗଲାଚରନ୍ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବିହାର ର ବରିଷ୍ଠ ସାଂସଦ ଶ୍ରୀ ଜନାର୍ଦ୍ଦନ ସିଂହ ସିଗ୍ରୀବାଲ, ମୁଖ୍ୟବକ୍ତା ଭାବେ ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀ ଅମରେନ୍ଦ୍ର ଖଟୁଆ, ସାରସ୍ଵତ ଅତିଥି ଭାବେ ଦିଲ୍ଲୀ ବିଧାନସଭା ର ଚନ୍ଦନ କୁମାର ଚୌଧୁରୀ,ସାରସ୍ଵତ ବକ୍ତା ଭାବେ ପ୍ରୋ ଦେବେନ୍ଦ୍ରନାଥ ରାଉତ, ବିଶିଷ୍ଟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ର ଛାତ୍ର କଲ୍ୟାଣ ଡିନ୍ ପ୍ରୋ ଶିବ ଶଙ୍କର ମିଶ୍ର, କୁଳ ସଚିବ ଶ୍ରୀ ସନ୍ତୋଷ କୁମାର ଶ୍ରୀବାସ୍ତବ, କାର୍ଯକ୍ରମ ସଂଯୋଜକ ପ୍ରୋ ଧର୍ମାନନ୍ଦ ରାଉତ,ସହ ସଂଯୋଜକ ଡକ୍ଟର ଦିନେଶ ଯାଦବ ମଞ୍ଚା ଉପରେ ମଞ୍ଚାଶିନ ଥିଲେ। ଓଡ଼ିଆ ଭାଷା ର ପ୍ରଭାବ ଓ ପ୍ରଚାର ପ୍ରସାର ପାଇଁ ଅତିଥି ମାନେ ଉଦବୋଧନ ରଖିଥିଲେ।ଆଗାମୀ ଦିନରେ ଏହି ବିଶ୍ଵବିଦ୍ୟାଳୟରେ ଏକ ଓଡ଼ିଆ ଗବେଷଣା କେନ୍ଦ୍ର ପାଇଁ ଚର୍ଚ୍ଚା ହୋଇଥିଲା। ଓଡ଼ିଶାର କଳା ସଂସ୍କୃତି ଉପରେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ ଓଡ଼ିଆ ଛାତ୍ରଛାତ୍ରୀ । ଭଏସ ଅଫ ଓଡ଼ିଶା ର ବିଜେତା ଶ୍ରୀମାନ ସୌରଭ ଷଡ଼ଙ୍ଗୀ ଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଥିଲା। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରୋ ବିଷ୍ଣୁପଦ ମହାପାତ୍ର ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଛାତ୍ରନେତା ସୌମ୍ୟରଞ୍ଜନ ବଡ଼ପଣ୍ଡା କହିଥିଲେ ଏହି କାର୍ଯକ୍ରମ ଆୟୋଜନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିଧତା ରେ ଏକତା ସୃଷ୍ଟି କରିବା ଓ ବିକଶିତ ଓଡିଶାରେ ବାହାରେ ପଢୁଥିବା ଛାତ୍ର ଙ୍କ ଭୂମିକା ରହିବ।ଏହି କାର୍ଯକ୍ରମ ରେ ପାଖାପାଖି 550 ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

(ନୂଆଦିଲ୍ଲୀରୁ ସୌମ୍ୟରଞ୍ଜନ ବଡ଼ପଣ୍ଡାଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ)


Leave a Reply

Your email address will not be published. Required fields are marked *

error: Content is protected !!