ନାମ ଲେଖାଇବାକୁ ଛାତ୍ର ପ୍ରସ୍ତୁତ ହେଲେ ଆସିଲେ ନାହିଁ କୌଣସି ଶିକ୍ଷକ 

0

ବିବେବିରା ହାଇସ୍କୁଲ; ନାମ ଲେଖାଇବା ପାଇଁ ଅଫିସରେ ପକାଇଥିବା ତାଲା ଖୋଲିଲେ ଗ୍ରାମବାସୀ



ନାମ ଲେଖାଇବାକୁ ଛାତ୍ର ପ୍ରସ୍ତୁତ ହେଲେ ଆସିଲେ ନାହିଁ କୌଣସି ଶିକ୍ଷକ 



ଅତାବିରା,୨।୪(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ବାବେବିରା ହାଇସ୍କୁଲ ପୁନଃ ନାମ ଲେଖାଇବା ଅନୁମତି ମିଳିବା ଆଶାରେ ବୁଧବାର ନାମ ଲେଖାଇବାକୁ ଛାତ୍ର ପ୍ରସ୍ତୁତ ଥିଲେ l ଗ୍ରାମବାସୀ ତାଲା ଉପରେ ତାଲା ମାରି ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ କରି ନିଜେ ଦେଇଥିବା ତାଲା ଗତ ମଙ୍ଗଳବାର ଖୋଲିଥିଲେ l

ଆଶ୍ୱାସନାକୁ ଆଶା କରି ଗ୍ରାମବାସୀ ପିଲାଙ୍କ ନାମଲେଖା ପାଇଁ ଗ୍ରାମବାସୀ ପ୍ରସ୍ତୁତି ମଧ୍ୟ କରିଥିଲେ l

ଆଉ ଆଶା କରିଥିଲେ ବରଗଡ଼ ଜିଲା ଶିକ୍ଷାଧିକାରୀ କାହାଙ୍କୁ ଦାୟିତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ନାମ ଲେଖା ପ୍ରତିଶୃତି ମୁତାବକ ବୁଧବାରରୁ ଆରମ୍ଭ କରିବେ, ହେଲେ ଆସିଲେ ନାହିଁ କୌଣସି ଶିକ୍ଷକ l ନିରାଶ ହେଲେ ଅଭିଭାବିକା ଅଭିଭାବକ l ଏବେ ଵି ଦ୍ୱନ୍ଦ୍ୱରେ ଛତ୍ରୀଛାତ୍ର l

ଏଠାରେ ସୂଚନା ଯୋଗ୍ୟ ଯେ, ସ୍କୁଲ ଖୋଲିବା ଦାବି ନେଇ ପ୍ରଥମେ ଗତ ମାର୍ଚ୍ଚ ମାସ 17 ତାରିଖରେ ବରଗଡ଼ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ବିଶ୍ୱନାଥ ସାହୁଙ୍କୁ ଲିଖିତ ଭାବେ ଜଣାଇଥିଲେ l

ସୁଫଳ ନ ମିଳିବାରୁ ଗତ ୨୬ ତାରିଖ ହାଇସ୍କୁଲର ଅଫିସ ଗୃହରେ ତାଲା ତାଲା ଦେଇ ପ୍ରତିବାଦ କରିଥିଲେ ଗ୍ରାମବାସୀ । ପୁନଃ ମାର୍ଚ୍ଚ 28 ତାରିଖ ଡିଇଓ ଅଫିସ ଯାଇ ନାମ ଲେଖାଇବାକୁ ଅନୁରୋଧ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ସେଠାରୁ ମୌଖିକ ଆଶ୍ୱାସନା ପାଇ ଫେରିଥିଲେ l ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ୨ ତାରିଖରୁ ନାମ ଲେଖା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ଣରେ ଅଫିସ ଦେଇଥିବା ତାଲା ଖୋଲିଥିଲେ । ବୁଧବାରରୁ ନାମ ଲେଖାଇବାକୁ ଆଶା କରିଥିଲେ ଗ୍ରାମବାସୀ । ହେଲେ କୌଣସି ଶିକ୍ଷକ ସ୍କୁଲ ଆସି ନ ଥିଲେ l ଫଳରେ ନିରାଶ ହୋଇ ବୁଧବାର ଦିନ ଦେଢ଼ ଟାରେ ଘରକୁ ଫେରିଥିଲେ l ଗ୍ରାମରେ ଗ୍ରାମସଭା କରି ଯେଉଁ ନିଷ୍ପତ୍ତି ନିଆଯିବ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ବୀରେନ୍ଦ୍ର କର ପ୍ରକାଶ କରିଛନ୍ତି l ପ୍ରକାଶ ଯେ, ଗତ ୨ ବର୍ଷ ହେଲା ହାଇସ୍କୁଲ ହେଲା ବନ୍ଦ ହୋଇଛି। ଏଠାକାର ୪ ଜଣ ଶିକ୍ଷକ ଓ ଜଣେ ପିଅନ ଅନ୍ୟତ୍ର ଡ଼େପୁଟେସରେ କାମ କରୁଛନ୍ତି। କେବଳ ନାମକୁ ମାତ୍ର ହାଇସ୍କୁଲ ଅଛି। ପୁରୁଣା ପିଲାଙ୍କ ଟିସି କିମ୍ବା ଦରମା ବିଲ୍ କରିବାକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆସି ଅଫିସ ଖୋଲି ଚାଳିଯାଉଛି। ହାଇସ୍କୁଲ ଖୋଲିବା ନେଇ ଦୁଇ ଦୁଇ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୁନଃ ଖୋଲିବାକୁ ଦାବି କରିଥିଲେ।

ତାଲା ଖୋଲିବା ସମୟରେ କମଳା ସ୍ବାଇଁ, ହଲଦିଗୁଣି ରଣବିଡ଼ିଆ, ରୁକମଣି ସ୍ବାଇଁ, ମିଥିଲା ସାହୁ, ହୃଷିକେଶ ବେରହେରା, ବିଭୁତିଭୂଷଣ ବାରିକ, ବିଦ୍ୟାଧର ବାରିକ ପ୍ରମୁଖ ସାମିଲ ଥିବା ବେଳେ ବୁଧବାର ବୀରେନ୍ଦ୍ର କରଙ୍କ ନେତୃତ୍ୱରେ କମଳା ସ୍ୱାଇଁ, ହଳଦୀ ଗୁଣି ରଣବିଡ଼ିଆ, ଶୁଭଜିତ ବାରିକ, ପ୍ରତାପ ବାରିକ, ବିଦ୍ୟାଧର ବାରିକ, ଧରଣୀଧର ବାରିକ, ବିଭୁତି ବାରିକ ପ୍ରମୁଖ ଗ୍ରାମବାସୀ ନାମ ଲେଖା ଆଶା ନେଇ ପ୍ରବେଶ ଉତ୍ସବ ବେନର ଲଗାଇ ସୁସରଂଜ୍ଜିତ କରିଥିଲେ ବିଦ୍ୟାଳୟ ପରିସର l

ଏନେଇ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର 9178859022 ରେ ବାରମ୍ବାର କଲ କଲେ ମଧ୍ୟ ଫୋନ ରିଙ୍ଗ ହେଉଛି ହେଲେ କଲ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରି ନାହିଁ l


Leave a Reply

Your email address will not be published. Required fields are marked *

error: Content is protected !!