ଆଶା ଉଜ୍ଜୀବିତ : ବାବେବିରା ହାଇସ୍କୁଲରେ ତଦନ୍ତକାରୀ ଟିମ 

0

ଅତାବିରା, 3/4(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ବାବେବିରା ହାଇସ୍କୁଲ ପୁନଃ ନାମ ଲେଖାଇବା ଅନୁମତି ଦେବାକୁ ଗ୍ରାମବାସୀଙ୍କ ଦାବୀ ପତ୍ର ପାଇ ଗୁରୁବାର ସନ୍ଧ୍ୟା ୫ ଟାରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ତିନି ଜଣିଆ ତଦନ୍ତକାରୀ (ଇନକ୍ୟୁlରୀ ) ଟିମ ସ୍କୁଲକୁ ପହଞ୍ଚି ତଦନ୍ତ କରିଛନ୍ତି l ଫଳରେ 2ବର୍ଷ ହେଲା ବନ୍ଦ ପଡ଼ିଥିବା 40 ବର୍ଷର ବାବେବିରା ଇଂରାଜୀ ଉଚ୍ଚ ବିଦ୍ୟାଳୟ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି l

ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଅତାବିରା ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବରଗଡ଼ ବ୍ଲକ ବିଇଓ ସୁରେନ୍ଦ୍ର ସାହୁ ଏବଂ ଡିଇଓ ଅଫିସର କିରାଣୀ ସୁଜିତ ଦାଶ ପ୍ରମୁଖ ତିନି ଜଣିଆ ଟିମ ଗୁରୁବାର ସନ୍ଧ୍ୟା ୫ଟାରେ ସ୍କୁଲକୁ ପହଞ୍ଚି ତଦନ୍ତ କରିଥିଲେ l

ପ୍ରଥମେ ହାଇସ୍କୁଲ ସଂଲଗ୍ନରେ ଥିବା ବାବେବିରା ଏମ୍. ଇ ସ୍କୁଲର ସହକାରୀ ଶିକ୍ଷକ ମୁକେଶ ଭୋରାସାଗର, ପୁରୁଣା ପ୍ରଧାନ ଶିକ୍ଷକ ବିକାଶ ନାୟକ, କୁଲୁଣ୍ଡା ସରପଞ୍ଚ ହେମାନନ୍ଦ ସେଠ୍ ଓ ଗ୍ରାମବାସୀଙ୍କୁ ଡକାଇ ହାଇସ୍କୁଲର ତାଲା ଖୋଲିଥିଲେ l ହାଇସ୍କୁଲର ବିଭିନ୍ନ ଦିଗ ପ୍ରତି ତଦନ୍ତକାରୀ ଟିମ ଅନୁଧ୍ୟାନ କରିଥିଲେ l ହାଇସ୍କୁଲର ଭିର୍ତ୍ତିଭୂମି ଭୁଶୁଡି ଥିବା ବେଳେ ସ୍କୁଲ ବିଲଡିଂକୁ ପ୍ରଥମେ ମରାମତି କରିବାକୁ କହିଥିଲେ l ସ୍କୁଲ ପରିଚାଳନା କମିଟି ଭାଙ୍ଗିଥିବା ସତ୍ତ୍ୱେ ହାଇସ୍କୁଲରୁ ଡେପୁଟେସନରେ ଯାଇଥିବା ଶିକ୍ଷକ ଓ କର୍ମଚାରୀ ଇନକ୍ରିମେଣ୍ଟ (ବର୍ଦ୍ଧିତ ଦରମା ) ଉଠାଇ ନେଉଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ ଦାବୀ କରିଥିଲେ l ସମସ୍ତ ଦିଗକୁ ତର୍ଜ୍ଜମା କରି ତଦନ୍ତ କାରି ଦଳ ହାଇସ୍କୁଲକୁ କେତେ ଜଣ ବିଦ୍ୟାର୍ଥୀ ନାମ ଲେଖାଇବାକୁ ତାଙ୍କ ଅଭିଭାବିକା ଅଭିଵାବକ ଚାହୁଁଛନ୍ତି ତାକୁ ନେଇ ଏକ ସ୍ୱୀକୃତୀ ପତ୍ର ଦେବାକୁ ଟିମ ଗ୍ରାମବାସୀଙ୍କୁ କାହିଥିଲେ l ଏଥିପାଇଁ ଏମଇ ସ୍କୁଲର ଶିକ୍ଷକ ଶ୍ରୀ ଭୋରାସାଗର ଏବଂ ହାଇସ୍କୁଲର ପୁରୁଣା ପ୍ରଧାନ ଶିକ୍ଷକ ନାୟକ ଙ୍କୁ ଦାୟିତ୍ୱ ଦେଇଥିଲେ ଟିମ l ଗ୍ରାମରେ 12 ଜଣ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀ ପାସ କରି ହାଇସ୍କୁଲ ପଢିବାକୁ ପ୍ରସ୍ତୁତ ଅଛନ୍ତି l ତେବେ ଏବେବି ଗ୍ରାମବାସୀ ପୁରୁଣା ସମସ୍ତ ଶିକ୍ଷକ ଓ କର୍ମଚାରୀ ବଦଳାଇବାକୁ ଜିଦ୍ ରେ ଅଟଳ ଅଛନ୍ତି l

ଏଠାରେ ସୂଚନା ଯୋଗ୍ୟ ଯେ, ସ୍କୁଲ ଖୋଲିବା ଦାବି ନେଇ ପ୍ରଥମେ ଗତ ମାର୍ଚ୍ଚ ମାସ 17 ତାରିଖରେ ବରଗଡ଼ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ବିଶ୍ୱନାଥ ସାହୁଙ୍କୁ ଲିଖିତ ଭାବେ ଜଣାଇଥିଲେ l ସୁଫଳ ନ ମିଳିବାରୁ ଗତ ୨୬ ତାରିଖ ହାଇସ୍କୁଲର ଅଫିସ ଗୃହରେ ତାଲା ତାଲା ଦେଇ ପ୍ରତିବାଦ କରିଥିଲେ ଗ୍ରାମବାସୀ । ପୁନଃ ମାର୍ଚ୍ଚ 28 ତାରିଖ ଡିଇଓ ଅଫିସ ଯାଇ ନାମ ଲେଖାଇବାକୁ ଅନୁରୋଧ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ସେଠାରୁ ମୌଖିକ ଆଶ୍ୱାସନା ପାଇ ଫେରିଥିଲେ l ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ୨ ତାରିଖରୁ ନାମ ଲେଖା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ଣରେ ଅଫିସ ଦେଇଥିବା ତାଲା ଖୋଲିଥିଲେ । ବୁଧବାରରୁ ନାମ ଲେଖାଇବାକୁ ଆଶା କରିଥିଲେ ଗ୍ରାମବାସୀ । ହେଲେ କୌଣସି ଶିକ୍ଷକ ସ୍କୁଲ ଆସି ନ ଥିଲେ l ଫଳରେ ନିରାଶ ହୋଇ ବୁଧବାର ଦିନ ଦେଢ଼ ଟାରେ ଘରକୁ ଫେରିଥିଲେ l ଗ୍ରାମରେ ଗ୍ରାମସଭା କରି ଯେଉଁ ନିଷ୍ପତ୍ତି ନିଆଯିବ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ବୀରେନ୍ଦ୍ର କର ପ୍ରକାଶ କରିଥିଲେ l ହେଲେ ବଡ଼ ଆନ୍ଦୋଳନ ହେବା ଆଗରୁ ଜିଲା ପ୍ରଶାସନ ତତ୍ପରତା ଦେଖାଇ ଗୁରୁବାର ଏକ ତିନି ଜଣିଆ ଟିମ ପଠାଇ ସ୍କୁଲରେ ନାମ ଲେଖାଇବା ଉପରେ ଆଲୋଚନା ପ୍ରଯ୍ୟାଲୋଚନା ସହ ତଦନ୍ତ କରିଛନ୍ତି l ପ୍ରକାଶ ଯେ, ଗତ ୨ ବର୍ଷ ହେଲା ହାଇସ୍କୁଲ ହେଲା ବନ୍ଦ ହୋଇଛି। ଏଠାକାର ୪ ଜଣ ଶିକ୍ଷକ ଓ ଜଣେ ପିଅନ ଅନ୍ୟତ୍ର ଡ଼େପୁଟେସରେ କାମ କରୁଛନ୍ତି। ତଦନ୍ତକାରୀ ଟିମ ସହ ଗ୍ରାମର ଚାଷୀ ନେତା ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଦିବାକର ବାରିକ, ହୃଷିକେଶ ବେରହେରା, ବିଭୁତିଭୂଷଣ ବାରିକ, ଶୁଭଜିତ ବାରିକ, ଅକ୍ଷୟ ବାରିକ, ଯଦୁ ନାୟକ, ଛାୟାକାନ୍ତ ପ୍ରଧାନ ଅଜିତ ନାୟକ ପ୍ରମୁଖ ଗ୍ରାମବାସୀ ଆଲୋଚନା କରିବା ସହ ଉପସ୍ଥିତ ଥିଲେ l

ଏନେଇ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କୁ ପଚାରିବାରୁ ବରଗଡ଼ ଜିଲାପାଳ ଙ୍କ ନିର୍ଦ୍ଦେଶ ମୁତାବକ ଆଜି ବାବେବିରା ହାଇସ୍କୁଲକୁ ଏକ ୩ ଜଣିଆ ଟିମ ପଠାଯାଇଥିଲା l ଟିମ୍ ର ତଦନ୍ତ ରିପୋର୍ଟ ଆସିଲା ପରେ ତାହା ଜିଲାପାଳ ଙ୍କ ଠାରେ ଦାଖଲ କରାଯିବ, ସେ ଯାହା ନିଷ୍ପତ୍ତି ନେବେ ବୋଲି କହିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!